ଚଳିତ ବର୍ଷ ପ୍ରଥମ ଥର ପାଇଁ ରାଜ୍ୟ ଗୋଟିଏ ଦିନରେ ଚିହ୍ନଟ ହେଲେ ୫ ଶହରୁ ଅଧିକ ସଂକ୍ରମିତ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ଚିହ୍ନଟ

185

କନକ ବ୍ୟୁରୋ : ରାଜ୍ୟକୁ ପୁଣି ଫେରିଛି କରୋନାର ଦ୍ୱିତୀୟ ଲହର । ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୫୭୩ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।  ୫୭୩ ମଧ୍ୟରୁ କ୍ୱାରେଣ୍ଟିନରୁ ୩୩୭ ଜଣ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ ରହିଛି ୨୩୬ । ବିଭାଗର ସୂଚନା ମୁତାବକ ଅନୁଗୁଳ ୩୨, ବାଲେଶ୍ୱର ୧୧, ବରଗଡ ୪୩, ଭଦ୍ରକ ୩, ବଲାଙ୍ଗୀର ୨୦, ବୌଦ୍ଧ ୧, କଟକ ୨୮, ଦେବଗଡ ୧, ଗଜପତି ୩, ଗଞ୍ଜାମ ୮, ଜଗତସିଂହପୁର ୪, ଯାଜପୁର ୧୩, ଝାରସୁଗୁଡା ୩୯, କଳାହାଣ୍ଡି ୨୪, କନ୍ଧମାଳ ୧, କେନ୍ଦ୍ରାପଡା ୧, କେନ୍ଦୁଝର ୮,  ଖୋର୍ଦ୍ଧା ୯୬,  କୋରାପୁଟ ୩, ମୟୁରଭଞ୍ଜ ୧୩, ନବରଙ୍ଗପୁର ୩, ନୟାଗଡ ୧, ନୂଆପଡା ୬୦, ପୁରୀ ୧୬, ରାୟଗଡା ୧୬, ସମ୍ବଲପୁର ୨୧, ସୋନପୁର ୨, ସୁନ୍ଦରଗଡ ୮୦, ଷ୍ଟେଟ ପୋଲ ୨୨ ।

ଅନ୍ୟପଟେ ରାଜ୍ୟ ସରକର କୋଭିଡ୍ ଟେଷ୍ଟକୁ ତ୍ୱରାନ୍ୱିତ କରିଛନ୍ତି । ଗତକାଲି ୨୮,୧୦୯ ଜଣଙ୍କର ପରୀକ୍ଷା କରାଯାଇଥିବା ବେଳେ ମୋଟ କୋଭିଡ୍ ଟେଷ୍ଟ ସଂଖ୍ୟା ୯୧,୫୯,୯୨୯ ରେ ପହଂଚିଛି । ସେହିଭଳି ଗତ ୨୪ ଘଂଟା ମଧ୍ୟରେ ୩୦୦ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏହାସହ ଏବେ ବି ୩୩୫୮ ଜଣ କରୋନା ସଂକ୍ରମିତ ଚିକିତ୍ସିତ ହେଉଛନ୍ତି ।