କରୋନା ରୋଗୀଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାକୁ ପ୍ରସ୍ତୁତ ହେଲା ଜନସ୍ୱାସ୍ଥ୍ୟ ବିଭାଗ । ବଢିବ ୫ ଗୁଣା ବେଡ ସଂଖ୍ୟା , ୧୦ ଗୁଣା ଅକ୍ସିଜେନ୍ ବୃଦ୍ଧି ନେଇ ସୂଚନା

110

କନକ ବ୍ୟୁରୋ: କରୋନା ମହାମାରୀରେ ବଢୁଥିବା ସଂକ୍ରମିତଙ୍କ ସଂଖ୍ୟାକୁ ନଜରରେ ରଖି ମେଡିକାଲରେ ବେଡ ସଂଖ୍ୟା ୫ ଗୁଣା ବୃଦ୍ଧି କରିବାକୁ ଜନସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି । ସୂଚାନ ମୁତାବକ ଗତବର୍ଷ ଠାରୁ ଏ ବର୍ଷ ମେଡିକାଲରେ ୪ ରୁ ୫ ଗୁଣା ବେଡ ସଂଖ୍ୟା ବୃଦ୍ଧି କରାଯିବ । ଏନେଇ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା କଥା କହିଛନ୍ତି ଜନସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ  । ତାଙ୍କ ସୂଚନା ମୁତାବକ ରୋଗୀଙ୍କ ପାଇଁ ୪ ଟି କାଟୋଗୋରୀର ବେଡ ଦରକାର ପଡୁଛି । ସାଧାରଣ, ଅକ୍ସିଜେନ, ସର୍ପୋଟ୍, ଆଇସିୟୁ ଓ ଆଇସିୟୁ ସହ ଭେଣ୍ଟିଲେଟର ବେଡ । ଏହି କ୍ରମରେ ଆଇସିୟୁ ବେଡ୍ ସଂଖ୍ୟା ୨ ଗୁଣା ବୃଦ୍ଧି କରାଯିବ ବୋଲି କୁହାଯାଇଛି । ଅନ୍ୟପଟେ କେବଳ ଗୁରୁତର ରୋଗୀଙ୍କୁ ଆଇସିୟୁ ବେଡ ଦିଆଯିବା ନେଇ କହିଛନ୍ତି ଜନସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ ।
ତାଙ୍କ ସୂଚନା ମୁତାବକ ଏବେ ସାଧାରଣ ବେଡରେ ୨୫ ପ୍ରତିଶତ ଓ ଆଇସିୟୁ ବେଡରେ ୬୦ ପ୍ରତିଶତ ରୋଗୀ ଅଛନ୍ତି । ସେହିପରି ଭେଣ୍ଟିଲେଟର ବେଡରେ ୧୮ ପ୍ରତିଶତ ରୋଗୀ ରହିଛନ୍ତି । ୨୪୮ ବେଡରୁ ୪୫ ଜଣ ରୋଗୀ ଭେଣ୍ଟିଲେଟର ବେଡରେ ରହିଛନ୍ତି । ରାଜ୍ୟରେ ମୋଟ ୫୪୧ ଟି ଆଇସିୟୁ ବେଡ ଥିବା ବେଳେ ଏବେ ୩୨୯ ଜଣ ରୋଗୀ ଏହି ବେଡରେ ଅଛନ୍ତି । ଏହସହ ରୋଗୀ ମାନଙ୍କୁ ଠିକ୍ ସମୟରେ ସ୍ୱାସ୍ଥ୍ୟସେବା ଯୋଗାଇଦେବାକୁ ବିଭିନ୍ନ ଜିଲ୍ଲା ପାଇଁ ଡାକ୍ତର ନିୟୋଜିତ କରାଯାଉଛି ବୋଲି ସେ କହିଛନ୍ତି । ସେପଟେ ଅନ୍ୟରାଜ୍ୟ ମାନଙ୍କ ଭଳି ଆମ ରାଜ୍ୟରେ ଯେଭଳି ଅକ୍ସିଜେନର ଅଭାବ ଅନୁଭୂତ ନହୁଏ ସେଥିପାଇଁ ୧୦ ଗୁଣ ଅଧିକ ଅକ୍ସିଜେନ ବୃଦ୍ଧି କରିବାକୁ ନିଷ୍ପତ୍ତି ହୋଇଛି ।
ଅନ୍ୟପଟେ ଓଡିଶାରେ ସଂକ୍ରମଣ ବୃଦ୍ଧି ପାଇଁ ପଡୋଶୀ ରାଜ୍ୟ ଛତିଶଗଡ ମୁଖ୍ୟତ ଦାୟି ବୋଲି କୁହାଯାଇଛି । ଛତିଶଗଡରେ ଏବେ ପିକ୍ ରେ ରହିଛି ସଂକ୍ରମଣ । ତେଣୁ ସେଠାରୁ ଓଡିଶାକୁ ଆସୁଥିବା ଲୋକଙ୍କ ଉପରେ ପୁରା ନଜର ରହିଛି । ସେମାନଙ୍କୁ ରେଳ ଷ୍ଟେସନ ଓ ବସ ଷ୍ଟାଣ୍ଡରେ ପରୀକ୍ଷା କରାଯାଉଛି ।