ସମ୍ବଲପୁର ରାସ୍ତା କଡରେ ମେଲିଛି ସୁନ୍ଦର କଣ୍ଢେଇର ପସରା । ରଙ୍ଗବେରଙ୍ଗ କଣ୍ଢେଇ କିଣିବାକୁ ଲୋକଙ୍କ ମଧ୍ୟରେ ଆଗ୍ରହ ।

139

କନକ ବ୍ୟୁରୋ: ସମ୍ବଲପୁର ରାସ୍ତାକଢରେ ପସରା ମେଲିଛି ରାଜ୍ୟ ବାହାରର କଣ୍ଢେଇ । ସୁନ୍ଦର ତଥା ଆକର୍ଷଣୀୟ ହୋଇଥିବାରୁ ଲୋକେ ବି ଏହାକୁ ପସନ୍ଦ କରୁଥିବାରୁ ବ୍ୟବସାୟ ବି ଭଲ ଚାଲିଛି । ଧାଡି ଧାଡି ହୋଇ ସଜେଇ ହୋଇଥିବା ଏହି କଣ୍ଢେଇ ସବୁ ରାଜ୍ୟ ବାହାରୁ ଆସିଛି । ସମ୍ବଲପୁର ସହରର ମୁଖ୍ୟ ରାସ୍ତା ମାନଙ୍କରେ ଦେଖିବାକୁ ମିଳୁଛି । ରଙ୍ଗ ବେରଙ୍ଗର ଏହି କଣ୍ଢେଇରେ ଯେମିିତି କାରିଗରୀ ହୋଇଛି ସମସ୍ତ ମନକୁ ଆକର୍ଷିତ କରୁଛି । ତେବେ ବ୍ୟବସାୟୀମାନେ ଅନ୍ୟ ରାଜ୍ୟରୁ କଣ୍ଢେଇ ଆଣି ଏଠାରେ ବ୍ୟବସାୟ କରୁଛନ୍ତି ।

ରାସ୍ତାକଡରେ ଯେଉଁ ପ୍ରକାରର ସୁନ୍ଦର ସୁନ୍ଦର ଡିଜାଇନ୍ର କଣ୍ଢେଇ ମିଳୁଛି ତାହା ଅନ୍ୟ ଦୋକାନ କିମ୍ବା ସୋରୁମରେ ମିଳିପାରୁନାହିଁ। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ରାସ୍ତା କଡରେ ମିଳୁଥିବା ଏହି କଣ୍ଢେଇର ଦାମ୍ ୨୦୦ରୁ ୩୦୦ଟଙ୍କା ଯାହାକି ଦୋକାନରେ ମିଳୁଥିବା କଣ୍ଢେଇଠାରୁ କାହିଁ କେତେ ଗୁଣରେ କମ୍ । ତେବେ ଏମାନେ ମଧ୍ୟ ସହରର ବିଭିନ୍ନ ମୁଖ୍ୟ ରାସ୍ତାରେ କଣ୍ଢେଇ ପସରା ଲଗାଉଥିବାରୁ ଛୋଟ ଛୁଆଙ୍କ ନଜରକୁ ଆସୁଛି । ତେବେ କେବଳ ଛୋଟ ଛୁଆ ନୁହଁନ୍ତି ବୟସ୍କ ମଧ୍ୟ ଏହି କଣ୍ଢେଇକୁ କିଣୁଛନ୍ତି ।