ସଜେଇ ହେଉଛି ଭୁବନେଶ୍ୱର ! ସୌନ୍ଦର୍ଯ୍ୟବୃଦ୍ଧି ସହ ସଚେତନତା ପାଇଁ ସ୍ମାର୍ଟସିଟିର ବିଭିନ୍ନ ସ୍ଥାନରେ କରାଯାଉଛି ପେଣ୍ଟିଙ୍ଗ୍

20

ସଜେଇ ହେଉଛି ଭୁବନେଶ୍ୱର । ସୌନ୍ଦର୍ଯ୍ୟବୃଦ୍ଧି ପାଇଁ ସ୍ମାର୍ଟସିଟିର ବିଭିନ୍ନ ସ୍ଥାନରେ କରାଯାଉଛି ପେଣ୍ଟିଙ୍ଗ୍ । ରାଜଧାନୀରେ ଥିବା ଓଭରବ୍ରିଜ୍ ଠାରୁ ଆରମ୍ଭକରି ବିଭିନ୍ନ ସ୍କୁଲ୍ ଏବଂ କଲେଜରେ ତିଆରି କରାଯାଉଛି ରଙ୍ଗବେରଙ୍ଗର ଚିତ୍ର । ଏହା ସହ ଦିଆଯାଉଛି ସଚେତନତାର ବାର୍ତ୍ତା ।

ଆଉ ଏହାର ସୂତ୍ରଧାର ସାଜିଛି ବକୁଲ୍ ଫାଉଣ୍ଡେସନ୍ । ବିଭିନ୍ନ ଆର୍ଟ କଲେଜର ଷ୍ଟୁଡେଂଟ୍ ମାନଙ୍କ ସହାୟତାରେ ରାଜଧାନୀର ବିଭିନ୍ନ ସ୍ଥାନରେ ଏପରି ଚିତ୍ର ତିଆରି କରାଯାଉଛି । ଯାହାର ଥିମ୍ ରହିଛି ‘ସିଟି ହର୍ବାଲ୍ ଲାଇଫ୍’ ଏବଂ ‘ସ୍ୱାଧୀନତା’ । ପେଣ୍ଟିଙ୍ଗ୍ ଜରିଆରେ ଏହି ସଚେତନତା ଦିଆଯାଉଛି ଯେ ସ୍ୱାଧୀନତା ଉପରେ ସମସ୍ତଙ୍କର ଅଧିକାର ରହିଛି । ତେବେ ଏହି ବାର୍ତ୍ତା ପାଇଁ ପକ୍ଷୀ ଏବଂ ପିଞ୍ଜରାଙ୍କୁ ବ୍ୟବହାର କରାଯାଇଛି । ତେବେ ଚିତ୍ର କରୁଥିବା ଷ୍ଟୁଡେଂଟ୍ ମାନଙ୍କୁ ପ୍ରତିଦିନ ୧ହଜାରରୁ ୨ହଜାର ପର୍ଯ୍ୟନ୍ତ ପାରିଶ୍ରମିକ ମିଳୁଛି ।