ପରିତ୍ୟକ୍ତ କୂଅରେ ପଡ଼ିଛି ଭାଲୁ : ନବରଙ୍ଗପୁର ଜିଲ୍ଲାରେ ଘଟିଛି ଏଭଳି ଘଟଣା; ଉଦ୍ଧାର କାର୍ଯ୍ୟ ଜାରି

39

କନକ ବ୍ୟୁରୋ : ପରିତ୍ୟକ୍ତ କୂଅରେ ପଡ଼ିଛି ଭାଲୁ । ନବରଙ୍ଗପୁର ଜିଲ୍ଲାରେ ଘଟିଛି ଏହି ଘଟଣା । ଗତକାଲି ବିଳମ୍ବିତ ରାତିରେ ନବରଙ୍ଗପୁର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଦେଉଳା ଗାଁର ବିଭୀଷଣ ମାଳିଙ୍କ ବାଡ଼ିରେ ଥିବା ଶୁଖିଲା କୂଅରେ ଭାଲୁ ପଡ଼ିଛି । ଖାଦ୍ୟ ଅନ୍ୱେଷଣରେ ଗାଁ ମୁହାଁ ହୋଇଥିବା ଭାଲୁଟି ଖାଦ୍ୟ ଖୋଜୁଖୋଜୁ ଅନ୍ଧାରରେ ସ୍ପଷ୍ଟ ଭାବେ ଦେଖି ନ ପାରି କୂଅର ଖାଲ ଭିତରକୁ ଖସିପଡ଼ିଛି । ଖାଦ୍ୟ ପାଇଁ ନବରଙ୍ଗପୁର ଜିଲ୍ଲାରେ ଦିନକୁ ଦିନ ଭାଲୁମାନେ ଗାଁ ମୁହାଁ ହେଉଥିବା ବେଳେ ଏ ଭଳି ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି । ଖବର ପାଇ ଘଟଣାସ୍ଥଳରେ ବନବିଭାଗ କର୍ମଚାରୀ ପହଞ୍ଚିଛନ୍ତି । ଉଦ୍ଧାରକାରୀ ଦଳ ପହଞ୍ଚିବା ପରେ ଭାଲୁକୁ ଉଦ୍ଧାର କରାଯିବ ବୋଲି ସୂଚନା ରହିଛି ।