କରୋନାରୁ ସୁସ୍ଥ ହେବା ପରେ ଆପଣ କେତେ ବିପଦ ମୁକ୍ତ ? ସୁସ୍ଥ ହେବା ପରେ ବି ରୁହନ୍ତୁ ସତର୍କ, ତିନି ସପ୍ତାହ ଜଗିରଖି ଚଳିବାକୁ ଡାକ୍ତରଙ୍କ ପରାମର୍ଶ ।

3,825

କନକ ବ୍ୟୁରୋ: କରୋନାରୁ ସୁସ୍ଥ ହେବା ପରେ ଆପଣ କେତେ ବିପଦ ମୁକ୍ତ? କରୋନା ରୋଗରୁ ସୁସ୍ଥ ହେବା ପରେ ମଧ୍ୟ ପରବର୍ତୀ ୩ ସପ୍ତାହ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି ବିଶେଷଜ୍ଞ ଡାକ୍ତର । ଏମିତି କି ଯେଉଁମାନଙ୍କର ଅନ୍ୟାନ୍ୟ ରୋଗ ଅଛି ସେମାନଙ୍କୁ ସତର୍କତା ଅବଲମ୍ବନ କରିବା ଜରୁରୀ । ଏଭଳି ସ୍ଥିତିରେ ନିୟମିତ ଡାକ୍ତରଙ୍କ ପରାମର୍ଶରେ ରହିବା ଆବଶ୍ୟକ । କୋଭିଡ୍ ରୋଗରୁ ସୁସ୍ଥ ହେବା ପରେ କେମିତି ରହିପାରିବେ ବିପଦ ମୁକ୍ତ ? ଡାକ୍ତର ଦେଲେ ଟିପ୍ସ ।

କରୋନାରୁ ଭଲ ହେବା ପରେ ଯଦି ଶରୀର ଯତ୍ନ ନେବାରେ ଅବହେଳା କରାଯାଏ, ତେବେ ଏହାର ପରିଣାମ ସାଂଘାତିକ ମଧ୍ୟ ହୋଇପାରେ । କରୋନାରୁ ଭଲ ହେବା ପରେ ମଧ୍ୟ କଣ କଣ ସତର୍କତା ଅବଳମ୍ବନ କରିବେ ।
୧. ମଧୁମେହ, ହୃଦଘାତ ସମସ୍ୟା ଥିଲେ ୩ ମାସ ସତର୍କ ରହିବା ଜରୁରୀ
୨. ମସ୍ତିଷ୍କ ଓ ହୃତପିଣ୍ଡରେ ରକ୍ତସଂଚାଳନ ସମସ୍ୟା
୩. ରକ୍ତ ଜମାଟ ବାନ୍ଧିବା ପ୍ରକ୍ରିୟାରେ ବ୍ୟତିକ୍ରମ ଦେଖାଯାଉଛି
୪. ସୁସ୍ଥ ହେବାର ୨-୩ ସପ୍ତାହ ପରେ ହୃଦଘାତ ଜନିତ ମୃତ୍ୟୁ ହେଉଛି
୫. ୬୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କ ପାଇଁ ସମସ୍ୟା ଅଧିକ
୬. ନିଶା ଗ୍ରହଣ କରୁଥିବା ଲୋକଙ୍କ ପାଇଁ ସମସ୍ୟା ରହିଛି
୭. ନିୟମିତ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ
୮. ରକ୍ତ ପତଳା କରିବା ପାଇଁ ଡାକ୍ତରଙ୍କ ପରାମର୍ଶରେ ଔଷଧ ଖାଇବା ଉଚିତ

ସେପଟେ ବରିଷ୍ଠ ଭେଷଜ ବିଶେଷଜ୍ଞ ନିରୋଜ ମିଶ୍ର କହିଛନ୍ତି
୧. ରକ୍ତଚାପ ଓ ମଧୁମେହର ଔଷଧ ପୂର୍ବପରି ଖାଇବା ଆବଶ୍ୟକ
୨. ଓଜନ ହ୍ରାସ ଏକ ପ୍ରମୁଖ ସମସ୍ୟା
୩. ସୁଷମ ଖାଦ୍ୟ ଖାଇବା ଉଚିତ
୪. ଫୁସଫୁସ୍ ସମସ୍ୟାରୁ ମୁକୁଳିବା ପାଇଁ ଛାତିର ବ୍ୟାୟାମ କରିବା ଉଚିତ

ଅନେକ ବ୍ୟକ୍ତି କରୋନାରୁ ଆରୋଗ୍ୟ ଲାଭ କରିବାର ପୁଣି କିଛିଦିନ ପରେ ଅସୁସ୍ଥ ହୋଇ ପଡୁଛନ୍ତି । ଏଭଳି ସ୍ଥିତିକୁ ରୋକିବା ପାଇଁ ସଚେତନ ରହିବା ଆବଶ୍ୟକ ।