ଖରାରେ ବାହାରକୁ ବାହାରୁଥିଲେ ସାବଧାନ: ଏ ଖରାରେ ରହିଛି ଅତି ବାଇଗଣି ରଶ୍ମୀ !

298

କନକ ବ୍ୟୁରୋ: ଆପଣଙ୍କ ଶରୀରକୁ କ୍ଷତି କରିବା ଭଳି ରଶ୍ମୀ ଏବେ ସୂର୍ଯ୍ୟଙ୍କ କିରଣରେ ରହିଛି । ୟୁକେର ୱେଦର ଅନ୍ ଲାଇନ ଡଟ୍ ୟୁକେ ନାମକ ୱେବସାଇଟରେ ଏଭଳି କିଛି ରିପୋର୍ଟ ପ୍ରକାଶ ପାଇଛି । ଆଜି ଏହି ଅତି ବାଇଗଣି ରଶ୍ମୀର ସ୍ତର ୧୨ ରହିଛି । ଆଉ ଇଏ ହେଉଛି ଆସନ୍ତା ମେ ୪ ତାରିଖ ଯାଏ ଅତି ବାଇଗଣି ରଶ୍ମୀକୁ ନେଇ ୟୁକେର ଏହି ସଂସ୍ଥା ଆକଳନ କରିଥିବା ରିପୋର୍ଟ । ୫ରୁ ୬ ଯାଏଁ ଅତି ବାଇଗଣି ରଶ୍ମୀର ସ୍ତର ରହିଲେ ବିପଦପୂର୍ଣ୍ଣ ନୁହେଁ । ଏବେ କିନ୍ତୁ ଏହା ଡବଲ ହୋଇ ୧୨ ରେ ପହଂଚିଛି । ଅର୍ଥାତ୍ ଅତି ବାଇଗଣି ରଶ୍ମୀ ଅତି ବିପଦ ଜନକ ଭାବେ ରହିଛି । ତେଣୁ ଟାଣ ଖରାରେ ଘରୁ ନବାହାରିବା ଦରକାର ।

ସୂର୍ଯ୍ୟ କିରଣରେ ଅତି ବାଇଗଣି ରଶ୍ମୀ
ତାରିଖ ୟୁଭି ଇଣ୍ଡେକ୍ସ
ଏପ୍ରିଲ ୨୭ ୧୨
ଏପ୍ରିଲ ୨୮ ୧୨
ଏପ୍ରିଲ ୨୯ ୧୨
ଏପ୍ରିଲ ୩୦ ୧୨
ମେ ୧ ୧୦
ମେ ୨ ୧୧
ମେ ୩ ୧୨
ମେ ୪ ୧୧

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ରିପୋର୍ଟ ଅନୁଯାୟୀ, ଗୋଟିଏ ସପ୍ତାହରେ ଦୁଇ ରୁ ତିନି ଥର ଜଣେ ୫ରୁ ୧୫ ମିନିଟ୍ ସୂର୍ଯ୍ୟଙ୍କ କିରଣରେ ରହିବା ଦରକାର । ଏହା ଶରୀରରୁ ଭିଟାମିନ୍ ଡି ଦେଇଥାଏ । କିନ୍ତୁ ଅତି ବାଇଗଣୀ ରଶ୍ମୀ ସଂସ୍ପର୍ଶରେ ଆସିବା ବିପଦ ଜନକ ।

ବିଶେଷଜ୍ଞଙ୍କ ମତରେ ଏହି ଅତି ବାଇଗଣି ରଶ୍ମୀର ପ୍ରଭାବରୁ ରକ୍ଷା ପାଇବାକୁ ହେଲେ
– ଦ୍ୱିପ୍ରହର ସମୟରେ ଖରାକୁ ବାହାରନ୍ତୁ ନାହିଁ
– ଶରୀରକୁ କପଡାରେ ଘୋଡାଇ ରଖନ୍ତୁ
– ବଡ଼ ଟୋପି ପିନ୍ଧି ମୁହଁ, ମୁଣ୍ଡ ଏବଂ କାନ ଓ ନାକକୁ ଘୋଡ଼ାଇ ରଖନ୍ତୁ
– ଅତି ବାଇଗଣି ରଶ୍ମୀକୁ ସୁରକ୍ଷା ଦେଉଥିବା ଚଷମା ବ୍ୟବହାର କରନ୍ତୁ
– ସନ ସ୍କ୍ରିନ ଲୋଶନ ଲଗାନ୍ତୁ

ବିଶେଷଜ୍ଞଙ୍କ କହିବା କଥା ବାୟୁମଣ୍ଡଳରେ ଥିବା ଓଜନ ସ୍ତର ୧୯୭୦ରୁ କମି କମି ଆସୁଛି । ପ୍ରଦୂଷଣ ଏବଂ ଅତ୍ୟଧିକ ରସାୟନିକ ସାମଗ୍ରୀ ବ୍ୟବହାର ହେଉଥିବାରୁ ଏହି ସ୍ତର କମିବାରେ ଲାଗିଛି । ତେଣୁ ଓଜନ ସ୍ତର ପ୍ରଭାବିତ ହେଉଥିବାରୁ ସୂର୍ଯ୍ୟଙ୍କ ଅତି ବାଇଗଣି ରଶ୍ମୀ ବାୟୁମଣ୍ଡଳରେ ପ୍ରବେଶ କରୁଛି ।