କନକ ବ୍ୟୁରୋ :କଥା ହେଉଛି ଗାଡିରେ ପେଟ୍ରୋଲ ଭରିବାବେଳେ ସମସ୍ତେ ପ୍ରାଇସ୍ ମିଟରକୁ ଦେଖନ୍ତି । ହେଲେ ଯାହା ଉପରେ ନଜର ଦେବା କଥା ଦିଅନ୍ତି ନାହିଁ, ଯାହା ସବୁଠୁ ଗୁରୁତ୍ୱପୂର୍ଣ୍ଣ । ଆପଣ ସିନା ଆପଣଙ୍କ ଇଚ୍ଛା ମୁତାବକ ଟଙ୍କାରେ ପେଟ୍ରୋଲ ଭରିଦେଲେ । ହେଲେ ପେଟ୍ରୋଲ କ୍ୱାଲିଟି ଠିକ ଅଛି କି ନାହିଁ ତାହା ଜାଣିବା ନିହାତି ଜରୁରୀ ନହେଲେ ଆପଣଙ୍କ ପଇସା ତ ଯିବ ଧିରେ ଧିରେ ଆପଣଙ୍କ ଗାଡି ବି ଅକାମୀ ହୋଇଯିବ ।

Advertisment

ପେଟ୍ରୋଲ ଭରିବାକୁ ଯାଉଥିଲେ ଦେଖିବେ ପେଟ୍ରୋଲ ଡିସପେନ୍ସର ମେସିନରେ ପେଟ୍ରୋଲ ରେଟ୍ ସହ ଡେନ୍ସିଟିକୁ ବି ଦର୍ଶାଯାଇଥାଏ । ଏହି ମିଟରକୁ ନଦେଖିଲେ ଠକିଯିବାର ଅନେକ ସମ୍ଭାବନା ଥାଏ । ପେଟ୍ରୋଲ ଭରୁଥିବା କର୍ମଚାରୀ ଆପଣଙ୍କୁ ମିଟରରେ ୦.୦୦ ଲେଖାଥିବା ଦେଖିବାକୁ କୁହନ୍ତି । କିନ୍ତୁ ଡେନ୍ସିଟି ଦେଖିବାକୁ କେବେବି କୁହନ୍ତି ନାହିଁ । ଖୁବ କମ୍ ଲୋକ ଏ ବାବଦରେ ଜାଣନ୍ତି ।
ଜାଣିରଖନ୍ତୁ ପେଟ୍ରୋଲ ପମ୍ପ ଡିସପେନ୍ସର ମେସିନରେ ଡେନ୍ସିଟି ଦର୍ଶାଉଥିବା ମିଟର ଅପଣଙ୍କୁ ଇନ୍ଧନର ଶୁଦ୍ଧତା ଜଣାଇଥାଏ । ଏହାର ପାରିମାପକ ମିନିଷ୍ଟ୍ରି ଅଫ୍ ପେଟ୍ରୋଲିୟମ ଦ୍ୱାରା ନିର୍ଦ୍ଧାରଣ କରାଯାଇଥାଏ । ତେଣୁ ଆପଣ ଯଦି ଡେନ୍ସିଟି ମିଟର ଉପରେ ଆଖି ନଦେବେ ତାହେଲେ ହୁଏତ ଆପଣ ବଡ ଠକାମୀର ଶିକାର ହୋଇଯିବେ । କାରଣ ଆପଣଙ୍କ ଅଜାଣତରେ ଆପଣଙ୍କ ଗାଡିରେ ଖରାପ କ୍ୱାଲିଟିର ପେଟ୍ରୋଲ କିମ୍ବା ଡିଜେଲ ଭରୁଥିବାରୁ ଗାଡି ଇଞ୍ଜିନ ସିଜ ହୋଇଯିବାର ସମ୍ଭାବନା ରହିଥାଏ ।

ଡେନ୍ସିଟିରେ ଅଦଳବଦଳ କରି ପେଟ୍ରୋଲ ପମ୍ପ ମାଲିକ ଗ୍ରାହକଙ୍କୁ ଠକନ୍ତି । ସରଳ ଅର୍ଥରେ କହିବାକୁ ଗଲେ ଡେନ୍ସିଟିର ଅର୍ଥ ପେଟ୍ରୋଲ କିମ୍ବା ଡିଜେଲର ଘନତ୍ୱ । କୌଣସି ପଦାର୍ଥର ଗାଢାପଣକୁ ଏହାର ଡେନ୍ସିଟି କୁହଯାଏ । ଯେତେବେଳେ କୌଣସି ନିର୍ଦ୍ଦାରିତ ମାତ୍ରାକୁ ମିଶାଇ କୌଣସି ଇନ୍ଧନ ପ୍ରସ୍ତତ କରାଯାଏ ସେତେବେଳେ ଏହାର କ୍ୱାଲିଟି ମଧ୍ୟ ନିର୍ଦ୍ଧାରଣ କରାଯାଏ । ଏଥିରେ ସାମାନ୍ୟ ଏପଟ ସେପଟ ହେଲେ ଜାଣିବେ ଆପଣ ପକାଉଥିବା ପେଟ୍ରୋଲ କିମ୍ବା ଡିଜେଲରେ ଖରାପ କ୍ୱାଲିଟିର, ଯାହାକୁ ଆମେ ଭେଜାଲ ବୋଲି କହିଥାଉ ।

ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ମାନକ ଅନୁସାରେ ପେଟ୍ରୋଲର ଡେନ୍ସିଟି ୭୩୦ରୁ ୮୦୦ କିଲୋଗ୍ରାମ ପ୍ରତି କ୍ୟୁବିକ୍ ମିଟର ରଖାଯାଇଥିବାବେଳେ ଡିଜେଲର ଡେନ୍ସିଟି ପ୍ରତି କ୍ୟୁବିକ ପାଇଁ ୮୩୦ରୁ ୯୦୦ କିଲୋଗ୍ରାମ ରଖାଯାଇଛି । ଡେନ୍ସିଟି ମିଟରରେ ଏହି ନିର୍ଦ୍ଧାରିତ ମାନକ ଠାରୁ କମ୍ ବେଶି ହେଲେ ଜାଣିବେ ପେଟ୍ରୋଲରେ କିଛି ଅପମିଶ୍ରଣ ହୋଇଛି ।
ପ୍ରତି ମାସରେ ପେଟ୍ରୋଲ ଓ ଡିଜେଲର ଦରକୁ ସଂଶୋଧନ କରାଯିବା ଭଳି ପ୍ରତିଦିନ ସକାଳୁ ଡିଜେଲ ଓ ପେଟ୍ରୋଲର ଡେନ୍ସିଟି ଚେକ୍ କରି ଅପଡେଟ୍ କରାଯାଏ । ଏପରି ସ୍ଥଳେ ଆପଣ ଯଦି ଠକାମୀରୁ ବଞ୍ଚିବାକୁ ଚାହାଁନ୍ତି ତାହାଲେ ଏଣିକି କେବଳ ୦,୦୦ ମିଟର ନୁହେଁ ବରଂ ଡେନ୍ସଟି ମିଟର ଉପରେ ଧ୍ୟାନ ଦିଅନ୍ତୁ ।