ୟୁଏଇରେ ବାକିଥିବା ଆଇପିଏଲ ମ୍ୟାଚ ପାଇଁ ବିସିସିଆଇ ଘୋଷଣା କଲା ତାରିଖ । ଜାଣନ୍ତୁ କେବେ କାହା ସହିତ ରହିଛି ମ୍ୟାଚ୍

287

କନକ ବ୍ୟୁରୋ : ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ୟୁଏଇ ଠାରେ ଆୟୋଜିତ ହୋଇଥିବା ଆଇପିଏଲର ବାକି ମ୍ୟାଚ ପାଇଁ ତାରିଖ ଘୋଷଣା କରିଛନ୍ତି । ବିସିସିଆଇର ସୂଚନା ମୁତାବକ ୟୁଏଇରେ ୨୭ ଦିନ ଅବଧି ମଧ୍ୟରେ ବାକିଥିବା ୩୧ ଟି ମ୍ୟାଚ୍ ଖେଳାଯିବ । କହିରଖୁ କି କରୋନା ସଂକ୍ରମଣ କାରଣରୁ ଆଇପିଏଲର ୧୪ ତମ ସଂସ୍କରଣ ଅଧାରୁ ବନ୍ଦ କରିବାକୁ ପଡିଥିଲା । ବିସିସିଆଇ କହିଥିଲା କି ବାକି ମ୍ୟାଚ୍ ୟୁଏଇରେ ଖେଳାଯିବ ।

ବିସିସିଆଇର ସୂଚନା ମୁତାବକ ସେପ୍ଟେମ୍ବର ୧୯ ତାରିଖରେ ଦୁବାଇ ଠାରେ ଚେନ୍ନାଇ ସୁପର କିଙ୍ଗସ୍ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ମ୍ୟାଚ ଖେଳାଯିବ । ଏହାପରେ ମ୍ୟାଚ୍ ଆବୁଧାବିକୁ ସ୍ଥାନାନ୍ତର କରାଯିବ । ସେଠାରେ କୋଲକତା ନାଇଟ ରାଇଡର୍ସ ସହ ରୟାଲ ଚ୍ୟାଲେଞ୍ଜର ବାଙ୍ଗାଲୋର ଖେଳିବ । ସାରଜାହାରେ ସେପ୍ଟେମ୍ବର ୨୪ ତାରିଖ ଦିନ ରୟାଲ ଚ୍ୟାଲେଞ୍ଜର ବାଙ୍ଗାଲୋର ବିପକ୍ଷରେ ଖେଳିବ ଚେନ୍ନାଇ ସୁପର କିଙ୍ଗସ୍ ।

ୟୁଏଇରେ ୧୩ ଟି ମ୍ୟାଚ୍ ଦୁବାଇରେ ଖେଳାଯିବ, ୧୦ ଟି ମ୍ୟାଚ ସାରଜାହା ଓ ୮ ଟି ମ୍ୟାଚ୍ ଆବୁଧାବିରେ ଆୟୋଜିତ କରାଯିବ । ୭ ଟି ମ୍ୟାଚ୍ ଡବଲ ହେଡର ହେବ । ଯେଉଁଥିରେ ପ୍ରଥମ ମ୍ୟାଚର ଆରମ୍ଭ ଭାରତୀୟ ସମୟ ୩.୩୦ ରେ ହେବ ଓ ଦ୍ୱିତୀୟ ମ୍ୟାଚ୍ ସନ୍ଧ୍ୟା ୭.୩୦ ଟାରେ ଆରମ୍ଭ ହେବ ।

ଏହାସହ ଏହି ଲିଗର ଶେଷ ମ୍ୟାଚ୍ ଅକ୍ଟୋବର ୮ ତାରିଖରେ ରୟାଲ ଚ୍ୟାଲେଞ୍ଜର ବାଙ୍ଗାଲୋର ଓ ଦିଲ୍ଲୀ କ୍ୟାପିଟାଲ ମଧ୍ୟରେ ଅନୁଷ୍ଠିତ ହେବ  । ପ୍ରଥମ କ୍ୱାଲିଫାୟର ମୁକାବିଲା ୧୦ ଅକ୍ଟୋବରକୁ ଦୁବାଇରେ ଅନୁଷ୍ଠିତ ହେବ । ଏହାସହ କ୍ୱାଲିଫାୟାର ଓ ଏଲିମିନେଟର ୨,୧୧ ଓ ୧୩ ଅକ୍ଟୋବରକୁ ସାରାଜାହାରେ ଖେଳାଯିବ । ଆଇପିଏଲ ଏହି ସଂସ୍କରଣର ଫାଇନାଲ ମ୍ୟାଚ୍ ଦୁବାଇ ଠାରେ ଅକ୍ଟୋବର ୧୫ ତାରିଖରେ ଖେଳାଯିବ ।