ରୋହିତ ଆଉ କୋହଲିଙ୍କୁ ୭ କୋଟି । ପାଣ୍ଡ୍ୟା ଆଉ ପନ୍ତଙ୍କୁ ୫ କୋଟି । ଆସିଲା ଟିମ୍ ଇଣ୍ଡିଆ ଖେଳାଳିଙ୍କ ନୂଆ ଗ୍ରେଡ୍ ଲିଷ୍ଟ

2,498

କନକ ବ୍ୟୁରୋ: ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ ୨୦୨୨-୨୩ ସିଜିନ୍ ପାଇଁ ଟିମ୍ ଇଣ୍ଡିଆ ପ୍ଲେୟାରଙ୍କ କଣ୍ଟ୍ରାକ୍ଟ ଲିଷ୍ଟ ଜାରି କରିଛି । ଷ୍ଟାର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କର ଏହି ଲିଷ୍ଟରେ ପ୍ରମୋଶନ୍ ହେଇଥିବାବେଳେ, ଖରାପ ଫର୍ମ ସହ ଲଢୁଥିବା କେ ଏଲ ରାହୁଲଙ୍କ ଡିମୋସନ୍ ହୋଇଛି । ତେବେ ବିସିସିଆଇ ଏହି କଣ୍ଟ୍ରାକ୍ଟ ଲିଷ୍ଟରେ ୨୬ ଖେଳାଳିଙ୍କୁ ରଖିଥିବାବେଳେ, ମୋଟ ୪ ଭାଗରେ ଖେଳାଳିଙ୍କୁ ବିଭକ୍ତ କରାଯାଇଛି ।

ବିସିସିଆଇ ପ୍ରତିବର୍ଷ ଖେଳାଳିମାନଙ୍କର ଏମିତି ଏକ ଲିଷ୍ଟ ଜାରି କରିଥାଏ । ଯେଉଁ ଅନୁସାରେ ଖେଳାଳିମାନଙ୍କୁ ବିସିସିଆଇ ତରଫରୁ ବାର୍ଷିକ ଟଙ୍କା ମିଳୁଥିବାବେଳେ, କେଉଁ ଖେଳାଳି କେତେ ଟଙ୍କା ପାଇବେ ତାହା ଧାର୍ଯ୍ୟ ହୋଇଥାଏ । ଚଳିତ ବର୍ଷ ଏ+ ଗ୍ରେଡରେ କ୍ୟାପଟେନ୍ ରୋହିତ ଶର୍ମାଙ୍କ ସହିତ ପୂର୍ବତନ ଅଧିନାୟକ ବିରାଟ କୋହଲି ମଧ୍ୟ ରହିଛନ୍ତି । ଏହି ଦୁଇ ଖେଳାଳିଙ୍କୁ ଛାଡିଲେ ଦ୍ରୁତ ବୋଲର ଜଶପ୍ରୀତ ବୁମରା ଆଉ ନୂଆକରି ରବୀନ୍ଦ୍ର ଜାଡେଜା ଏହି ଏ+ ଗ୍ରେଡରେ ସାମିଲ ହୋଇଛନ୍ତି । ତେବେ ଏ+ ଗ୍ରେଡରେ ରହିଥିବା ଏହି ୪ ଖେଳାଳିଙ୍କୁ ବିସିସିଆଇ ବାର୍ଷିକ ୭ କୋଟି ଲେଖାଏଁ ଟଙ୍କା ଦେବ ।

ଅନ୍ୟପଟେ ଅଲରାଉଣ୍ଡର ହାର୍ଦିକ ପାଣ୍ଡ୍ୟା, ଆର ଅଶ୍ୱିନୀ, ମହମ୍ମଦ ଶାମି, ରିଷଭ ପନ୍ତ, ଆଉ ଅକ୍ଷର ପଟେଲଙ୍କ ଭଳି ଖେଳାଳି ଏ ଗ୍ରେଡରେ ରହିଛନ୍ତି । ଯେଉଁମାନଙ୍କୁ ଏବେ ବାର୍ଷିକ ୫ କୋଟି ଲେଖାଏଁ ଟଙ୍କା ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ । ତେବେ ପୂର୍ବରୁ ଅକ୍ଷର ପଟେଲ ବି ଗ୍ରେଡ୍ ଆଉ ପାଣ୍ଡ୍ୟା ସି ଗ୍ରେଡରେ ଥିଲେ । ତେଣୁ ଏହି ଦୁଇ ଖେଳାଳିଙ୍କର ଗ୍ରେଡରେ ପ୍ରୋମସନ୍ ହେବା ସହିତ, ଏହି ଦୁଇ ଖେଳାଳି ଗ୍ରେଡ୍ ଏ-କୁ ପଦୋନ୍ନତି ପାଇଛନ୍ତି ।

ବିସିସିଆଇ ଗ୍ରୁପ ବି-ରେ ଅନୁଭବୀ ଖେଳାଳି ଚିତେଶ୍ୱର ପୂଜାରାଙ୍କ ସହିତ କେ ଏଲ ରାହୁଲ, ଶ୍ରେୟାସ ଆୟର, ମହମ୍ମଦ ସିରାଜ, ସୂର୍ଯ୍ୟକୁମାର ଯାଦବ ଆଉ ଶୁଭମନ୍ ଗିଲଙ୍କୁ ରଖିଛି । ଏହି ଖେଳାଳିମାନେ କଣ୍ଟ୍ରାକ୍ଟ ବାବଦକୁ ବିସିସିଆଇଠାରୁ ବାର୍ଷିକ ୩ କୋଟି ଲେଖାଏଁ ଟଙ୍କା ପାଇବେ । ତେବେ ଚମକ୍ରାର ଫର୍ମ ପରେ ଶୁଭମନ୍ ଗିଲଙ୍କୁ ଗ୍ରେଡ୍ – ବିରେ ସ୍ଥାନ ଦେଇଛି ବିସିସିଆଇ ।
ଏବେ ନଜର ପକାନ୍ତୁ, ଗ୍ରେଡ୍ – ସିରେ ଥିବା ଖେଳାଳିଙ୍କ ଉପରେ । ଉମେଶ ଯାଦବ, ଶିଖର ଧାୱନଙ୍କ ସମେତ ମୋଟ ୧୧ ଜଣ ଖେଳାଳି ଏହି ଲିଷ୍ଟରେ ରହିଛନ୍ତି । ଯେଉଁମାନଙ୍କୁ ବିସିସିଆଇ ବାର୍ଷିକ ୧ କୋଟି ଲେଖାଏଁ ଟଙ୍କା ଦେବ । ଏହି ଲିଷ୍ଟରେ ଶାର୍ଦୁଲ ଠାକୁରଙ୍କ ସହିତ ଇଶାନ କିଷାନ, ଦୀପକ ହୁଡ୍ଡା, ୟୁଜବେନ୍ଦ୍ର ଚହଲଙ୍କ ସହ ସଞ୍ଜୁ ସାମସନ ବି ସାମିଲ ଅଛନ୍ତି ।

ଏଥର ଅନେକ ଦିଗଜ୍ଜ ଖେଳାଳିଙ୍କୁ ବିସିସିଆଇ ନିଜ ଗ୍ରେଡରୁ ବାଦ୍ ଦେଇଛି । ଆଜିଙ୍କ୍ୟ ରାହାଣେଙ୍କୁ ଏଥର ଗ୍ରେଡରେ ସାମିଲ କରାଯାଇନଥିବାବେଳେ, ଇଶାନ୍ତ ଶର୍ମା ମଧ୍ୟ ଏହି ଲିଷ୍ଟରୁ ଆଉଟ୍ ହୋଇଛନ୍ତି । ତା ସହିତ ରିଦ୍ଧିମାନ ଶାହା, ଭୁବନେଶ୍ୱର କୁମାର, ମୟଙ୍କ ଅଗ୍ରୱାଲଙ୍କ ଭଳି ଖେଳାଳି ବିସିସିଆଇ ଗ୍ରେଡ୍ ସିଷ୍ଟମରୁ ଏଥର ବାଦ୍ ପଡିଛନ୍ତି ।