ଫେରାଇଲେ ୪୬ହଜାର ଟଙ୍କା… ବସରେ ହୋଇଥିଲା ବ୍ୟାଗ୍ ଅଦଳ ବଦଳ : ହୋମଗାର୍ଡ ପ୍ରତାପଙ୍କ ସହଯୋଗରେ ଟଙ୍କା ଫେରିପାଇଲେ ଯୁବକ

125

କନକ ବ୍ୟୁରୋ : ହଜିଥିବା ଟଙ୍କା ଫେରିପାଇଲେ ଯୁବକ । ଟଙ୍କା ଫେରାଇ ମହାନତା କାମ କଲେ ସହଯାତ୍ରୀ । ଭୁବନେଶ୍ୱରରେ ଦେଖିବାକୁ ମିଳିଛି ଏଭଳି ଏକ ଘଟଣା । ୪୬ ହଜାର ଟଙ୍କା ଧରି ଭୁବନେଶ୍ୱର ମେଡ଼ିକାଲକୁ ଆସୁଥିଲେ ଜଣେ ଯୁବକ । କିନ୍ତୁ ଭୁବନେଶ୍ୱର ରସୁଲଗଡ଼ ଛକରେ ବ୍ୟାଗ ଅଦଳବଦଳ କାରଣରୁ ଆଉ ଜଣେ ବ୍ୟକ୍ତି ତାଙ୍କ ବ୍ୟାଗ ଧରି ଓହ୍ଲାଇପଡ଼ିଥିଲେ ।

ଓହ୍ଲାଇଥିବା ବ୍ୟକ୍ତି ଜଣଙ୍କ ହେଉଛନ୍ତି ପୋଷ୍ଟାଲ କର୍ମଚାରୀ । ବ୍ୟାଗରେ ଟଙ୍କା ଥିବା ଜାଣିବା ପରେ ସମ୍ପୃକ୍ତ ବ୍ୟକ୍ତି ଜଣଙ୍କ ହୋମଗାର୍ଡ଼ଙ୍କୁ ଏନେଇ ଖବର ଦେଇଥିଲେ । ହୋମଗାର୍ଡ ଜଣଙ୍କ ବ୍ୟାଗରେ ଥିବା ଡ଼କ୍ୟୁମେଂଟରୁ ହଜାଇଥିବା ବ୍ୟକ୍ତିଙ୍କ ନମ୍ବର ପାଇ ତାଙ୍କୁ କଲ୍ କରିଥିଲେ । ଯୁବକ ଜଣଙ୍କ ରସୁଲଗଡ଼ ଆସି ତାଙ୍କ ହଜିଥିବା ଟଙ୍କା ଫେରିପାଇଥିଲେ ।