୨୦୦୨ ଗୁଜରାଟ ଦଙ୍ଗା ଉପରେ ବିବିସିର ଡକ୍ୟୁମେଣ୍ଟାରୀକୁ ନେଇ ବିବାଦ । ମୋଦୀଙ୍କୁ ନିନ୍ଦିତ କରିବାକୁ ଚେଷ୍ଟା, କଡ଼ା ନିନ୍ଦା କଲା ଭାରତ

96

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ଅନ୍ତର୍ଜାତୀୟ ଖବର ପରିବେଷଣ ସଂସ୍ଥା ବିବିସି ଏକ ସିରିଜ ରିଲିଜ କରିଛି । ଯାହାକୁ କେନ୍ଦ୍ର ସରକାର ବିରୋଧ କରିଛନ୍ତି । ପକ୍ଷପାତ କରାଯାଇଥିବା ଏକ ପ୍ରୋପାଗଣ୍ଡା ତଥା ମନ୍ଦ ପ୍ରଚାର କରାଯାଇଛି । କିଛି ନିର୍ଦ୍ଦିଷ୍ଟ ବ୍ୟକ୍ତି ଅବା ଏଜେନ୍ସି ମନ୍ଦ ଉଦ୍ଦେଶ୍ୟ ରଖି ଏଭଳି ଡକ୍ୟୁମେଣ୍ଟାରୀ ପ୍ରସ୍ତୁତ କରିଛନ୍ତି । ଏଥିରେ କଲୋନିଆଲ ତଥା ଔପନିବେଶିକ ଚିନ୍ତାଧାରା ଥିବା ସ୍ପଷ୍ଟ ଜଣାପଡୁଛି ବୋଲି ଭାରତର ବୈଦେଶିକ ମୁଖପାତ୍ର ଅରିନ୍ଦମ ବାଗଚୀ କହିଛନ୍ତି । ଦୁଇ ପାର୍ଟ ଥିବା ବିବିସିର ଏହି ସିରିଜର ନାମ ରହିଛି ‘ଇଣ୍ଡିଆ: ଦ ମୋଦୀ କ୍ୱସଚେନ’ । ଏହି ସିରିଜରେ ନରେନ୍ଦ୍ର ମୋଦୀ ଏବଂ ଭାରତର ସଂଖ୍ୟାଲଘୁ ସମ୍ପ୍ରଦାୟ ମୁସଲିମଙ୍କ ମଧ୍ୟରେ ବିବାଦ ଚାଲିଥିବା ବେଳେ ୨୦୦୨ ଗୁଜରାଟ ଦଙ୍ଗା ମାମଲା ତଦନ୍ତରେ ହଜାରେ ଲୋକଙ୍କ ଜୀବନ ଯିବା ପଛରେ ମୋଦୀଙ୍କ ହାତ ଥିବା ଦର୍ଶାଇଯାଇଛି । ଯାହାକୁ ନେଇ ପ୍ରବଳ ବିରୋଧ ଦେଖିବାକୁ ମିଳିଛି ।