କନକ ବ୍ୟୁରୋ: ପଞ୍ଜାବ ଭଟିଣ୍ଡା ମିଲିଟାରୀ ଷ୍ଟେସନରେ ୪ ଯବାନଙ୍କୁ ହତ୍ୟା ଘଟଣାରେ ବଡ ଖୁଲାସା । ଏହି ମାମଲାରେ ଦିସାଇ ମୋହନ ନାମକ ବ୍ୟକ୍ତିଙ୍କୁ ଗିରଫ କରିଛି ପଞ୍ଜାବ ପୁଲିସ । ଆଶ୍ଚର୍ଯ୍ୟର କଥା ହେଉଛି ବ୍ୟକ୍ତି ଜଣକ ପୂର୍ବରୁ ଘଟଣାର ସାକ୍ଷୀ ସାଜିଥିଲେ ।ହେଲେ ତାଙ୍କ ଉପରେ ପୁଲିସ ସନ୍ଦେହ କରି ପଚରାଉଚୁରା କରିଥିଲା । ଜେରା କରିବାବେଳେ ସତ ମାନିଥିଲା ଦିସାଇ ମୋହନ । ଏହାପରେ ତାଙ୍କୁ ଗିରଫ କରାଯାଇଛି ।

Advertisment

ଗିିରଫ ଦିସାଇ ମୋହନ ଜେରା ସମୟରେ ଯାହା ସତ କହିଛି ସେଥିରେ ହତବାକ୍ ହୋଇଯାଇଥିଲେ ପୁଲିସ ଅଧିକାରୀ । ବେଶ୍ କିଛି ଦିନ ଧରି ମୃତ ୪ ଜଣ ଯବାନ୍ ତାଙ୍କୁ ଯୌନ ଶୋଷଣ କରୁଥିଲେ । ଏଥିରେ ଅତିଷ୍ଠ ହୋଇ ସେମାନଙ୍କୁ ଗୁଳି କରିଥିବା କହିଛନ୍ତି ଦିସାଇ ମୋହନ ।