ବରଗଡ଼ ଚିକିଲି ଗାଁ ସହ ପାଞ୍ଚଟି ଗାଁ ଜଳମଗ୍ନ : ପ୍ରାୟ ୨୦୦ ଜଣଙ୍କୁ ପ୍ରଶାସନ ତରଫରୁ ଉଦ୍ଧାର

102

କନକ ବ୍ୟୁରୋ : ବରଗଡ଼ ଚିକିଲି ଗାଁ ସହ ପାଞ୍ଚଟି ଗାଁରେ ବର୍ଷା ପାଣିରେ ଜଳମଗ୍ନ । ଉପରମୁଣ୍ଡରେ ବର୍ଷା ଯୋଗୁଁ ମହାନଦୀରେ ବର୍ଷା ପାଣି ଆସୁଥିବା ଯୋଗୁଁ ଚିକିଲି, ଅନ୍ତରାଡ଼ି ସହିତ ପ୍ରାୟ ପାଞ୍ଚଟି ଗାଁରେ ବର୍ଷା ପାଣି ଜମା ହେବାରୁ ଜନ ଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିିଛି । ପ୍ରବଳ ବର୍ଷା ଯୋଗୁଁ ଘରେ ଭିତରେ ପଶିଲାଣି ଆଣ୍ଠୁଏ ପାଣି । ଧିରେ ଧିରେ ମହାନଦୀର ଜଳସ୍ତର ବଢ଼ୁଛି । ଅନ୍ୟପଟେ ଲୋକଙ୍କୁ ମଧ୍ୟ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ପ୍ରାୟ ୨ ଶହ ଜଣଙ୍କୁ ପ୍ରଶାସନ ତରଫରୁ ଉଦ୍ଧାର କରାଯାଇଥିବାବେଳେ ଏବେ ମଧ୍ୟ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।