ବରଗଡ ଅତାବିରାରେ ଅଭିନବ ଠକେଇ । ବ୍ୟାଙ୍କ ଆକାଉଣ୍ଟରୁ ୧୨ ଲକ୍ଷ ଟଙ୍କା ଗାଏବ : ସାଇବର ବିଭାଗକୁ ମାମଲା ହସ୍ତାନ୍ତର

ବ୍ୟବସାୟୀଙ୍କ  ବ୍ୟାଙ୍କ ଆକାଂଉଟରୁ  ୧୨ ଲକ୍ଷ ଟଙ୍କା ଗାଏବ

180

କନକ ବ୍ୟୁରୋ : ବରଗଡ ଜିଲ୍ଲା ଅତବିରାରେ ଅଭିନବ ଠକେଇ । ଏହି ଅଂଚଳର ଆଲୋକ ଅଗ୍ରୱାଲ ନାମକ ଜଣେ ବ୍ୟବସାୟୀଙ୍କ  ବ୍ୟାଙ୍କ ଆକାଂଉଟରୁ  ୧୨ ଲକ୍ଷ ଟଙ୍କା ଗାଏବ ହୋଇଯାଇଥିବା ଅଭିଯୋଗ ହୋଇଛି । ଏ ନେଇ ସେ ବରଗଡ ଏସପିଙ୍କ ଠାରେ ଲିଖିତ ଅଭିଯୋଗ କରିଛନ୍ତି ।  ଅତାବିରା ଡିସିବି ବ୍ୟାଙ୍କରେ ଆଲୋକଙ୍କ ଆକାଉଂଟ ରହିଛି ।  ଗତ ନଭେମ୍ବର ୩୦ ତାରିଖରେ ସେ ବିଦେଶ ଗସ୍ତରେ ଯାଇଥିଲେ, ଏହି ସମୟରେ ତାଙ୍କ ମୋବାଇଲ ହ୍ୟାଙ୍ଗ ହୋଇଯାଇଥିଲା ଓ ନୂଆ ସିମ ଭେରିଫେକସନ ପାଇଁ ମ୍ୟାସେଜ ଆସିଥିଲା ।

 

ଏହାପରେ ଡିସେମ୍ବର ୫ ତାରିଖ ଦିନ ୨ ଲକ୍ଷ ଟଙ୍କା ଓ ୬ ତାରିଖ ଦିନ ୧୦ ଲକ୍ଷ ଟଙ୍କା ଉଠାଯାଇଥିବା ଜାଣିବାକୁ ପାଇଥିଲେ ।  ଏ ନେଇ ଆଲୋକ ଅଗ୍ରୱାଲ ଡିସିବି ବ୍ୟାଙ୍କ ଓ ଅତାବିରା ଥାନାରେ ଅଭିଯୋଗ କରିଛନ୍ତିା ପ୍ରଥମେ ଏଚଡିଏଫସି ବ୍ୟାଙ୍କର ଦିଲ୍ଲୀ ଶାଖାକୁ ଏହି ଟଙ୍କା ଯାଇଥିବା ବେଳେ ପରେ କୋଟାକ ମହିନ୍ଦ୍ରା ବ୍ୟାଙ୍କକୁ ଏହି ଟଙ୍କା ଯାଇଛି  । ଘଟଣାର ତଦନ୍ତ ଜାରି ରହିଛି । ତେବେ ଦେଶରେ ବର୍ତମାନ ସମୟରେ ଏପରି ମାମଲା ବଢିବାରେ ଲାଗିଛି । ଏ ସମ୍ପର୍କରେ ସୂଚନା ମିଳିବା ପରେ ସ୍ଥାନୀୟ ଅଚଂଳରେ ଭୟରବାତାବରଣ ଖେଳିଯାଇଛି ।