ଭାରତ ସହ ରହିଛି ଓବାମାଙ୍କ ନିବିଡ ସମ୍ପର୍କ । କହିଲେ, ମହାଭାରତ ଓ ରାମାୟଣ ଶୁଣି ବିତାଇଛନ୍ତି ପିଲାଦିନ, ଭାରତ ପାଇଁ ତାଙ୍କ ମନରେ ରହିଛି ସ୍ୱତନ୍ତ୍ର ସ୍ଥାନ ।

405

କନକ ବ୍ୟୁରୋ : ଭାରତ ସହ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କ ରହିଛି ଘନିଷ୍ଠ ସମ୍ପର୍କ । କେବଳ ଏତିକି ନୁହେଁ ଭାରତ ପାଇଁ ତାଙ୍କ ମନରେ ରହିଛି ସ୍ୱତନ୍ତ୍ର ସ୍ଥାନ । ଏନେଇ ସେ ଲେଖିଥିବା ପୁସ୍ତକ ‘ଏ ପ୍ରମିସଡ ଲ୍ୟାଣ୍ଡ’ରେ ଏନେଇ ଉଲ୍ଲେଖ କରିଛନ୍ତି ଆମେରିକାର ପୂର୍ବତନ ରାଷ୍ଟ୍ରପତି । ଏବଂ କିପରି ପିଲାଦିନରୁ ଭାରତୀୟ ପରମ୍ପରା ଓ ସଂସ୍କୃତି ସହ ସେ ଜଡିତ ସେନେଇ ମଧ୍ୟ ଉଲ୍ଲେଖ କରିଛନ୍ତି । ପିଲାବେଳେ ଇଣ୍ଡୋନେସିଆରେ ରହୁଥିବା ବେଳେ ମହାଭାରତ ଓ ରାମାୟଣ ଶୁଣି ବଡ ହୋଇଥିବା କହିଛନ୍ତି ବାରାକ ଓବାମା ।

ଭାରତ ସହ ଓବାମାଙ୍କ ନିବିଡ ସମ୍ପର୍କ । ମହାଭାରତ ଓ ରାମାୟଣ ଶୁଣି ବିତାଇଛନ୍ତି ପିଲାଦିନ । ଭାରତୀୟ ସଂସ୍କୃତି ଓ ପରମ୍ପରା ସହ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କ ରହିଛି ଘନିଷ୍ଠ ସମ୍ପର୍କ । କେବଳ ଏତିକି ନୁହେଁ ଭାରତ ପାଇଁ ତାଙ୍କ ମନରେ ରହିଛି ସ୍ୱତନ୍ତ୍ର ସ୍ଥାନ । ପିଲାଟି ଦିନରୁ ସେ ମହାଭାରତ ଓ ରାମାୟଣ ଶୁଣି ବଡ ହୋଇଥିବା କହିଛନ୍ତି ବାରାକ ଓବାମା । ସେ ଲେଖିଥିବା ପୁସ୍ତକ ‘ଏ ପ୍ରମିସଡ ଲ୍ୟାଣ୍ଡ’ରେ ଏନେଇ ଉଲ୍ଲେଖ କରିଛନ୍ତି ଆମେରିକାର ପୂର୍ବତନ ରାଷ୍ଟ୍ରପତି ।

ଇଣ୍ଡୋନେସିଆରେ ପିଲା ଦିନ କାଟୁଥିବା ବେଳେ ମହାଭାରତ ଓ ରାମାୟଣ ଶୁଣି ସମୟ ବିତାଉଥିଲେ ବାରାକ ଓବାମା । ଏବଂ ଏଥିପାଇଁ ଭାରତ ଲାଗି ତାଙ୍କ ମନରେ ସ୍ୱତନ୍ତ୍ର ସ୍ଥାନ ରହିଥିବା ନିଜ ପୁସ୍ତକରେ ଉଲ୍ଲେଖ କରିଛନ୍ତି ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ।

ଓବାମା ଆହୁରି ମଧ୍ୟ ଲେଖିଛନ୍ତି ଯେ, ଏହା ଭାରତର ଆକାର ଯାହା ଆକୃଷ୍ଟ କରେ, ଯେଉଁଠାରେ ବିଶ୍ୱର ୬ଭାଗରୁ ଏକ ଭାଗ ଲୋକ ବସବାସ କରନ୍ତି । ଯେଉଁଠାରେ ୨ହଜାରରୁ ଅଧିକ ବିଭିନ୍ନ ଜାତି ସମୁଦାୟର ଲୋକ ବାସ କରନ୍ତି ଏବଂ ୭ଶହରୁ ଅଧିକ ଭାଷା କୁହାଯାଏ । ୨୦୧୦ରେ ଓବାମା ପ୍ରଥମ ଥର ପାଇଁ ଭାରତ ଆସିଥିଲେ କିନ୍ତୁ ଏହା ପୂର୍ବରୁ ସେ ଭାରତ ସମ୍ପର୍କରେ ଅନେକ କିଛି ଜାଣିଥିଲେ । ପୂର୍ବାଞ୍ଚଳ ଦେଶ ଗୁଡିକ ସମ୍ପର୍କରେ ଜାଣିବାର ତାଙ୍କର ବିଶେଷ ଆଗ୍ରହ ରହିଥିଲା । ଏବଂ କଲେଜରେ ତାଙ୍କର ଭାରତୀୟ ଓ ପାକିସ୍ତାନୀ ବନ୍ଧୁ ମାନେ ତାଙ୍କୁ ଡାଲି ଓ କିମା ପ୍ରସ୍ତୁତ କରିବା ଶିଖାଇଥିଲେ । ଏପରିକି ସେମାନେ ତାଙ୍କୁ ବଲିଉଡ ଫିଲ୍ମ ଦେଖାଇଥିବା ମଧ୍ୟ ଏହି ପୁସ୍ତକରେ ପ୍ରକାଶ କରିଛନ୍ତି ବାରାକ ଓବାମା ।

ଗତ କିଛି ଦିନ ହେଲା ଚର୍ଚ୍ଚାରେ ରହିଛି ବାରାକ ଓବାମାଙ୍କ ପୁସ୍ତକ ‘ଏ ପ୍ରମିସଡ ଲ୍ୟାଣ୍ଡ’ । ୨୦୦୮ ନିର୍ବାଚନ ପ୍ରଚାର ଠାରୁ ଆରମ୍ଭ କରି ପ୍ରଥମ ଥର ରାଷ୍ଟ୍ରପତିର କାର୍ଯ୍ୟକାଳ ଶେଷ ହେବା ପର୍ଯ୍ୟନ୍ତ ତଥା ଆବୋଟାବାଦରେ ଅଲକାଏଦା ମୁଖ୍ୟ ଓସାମା ବିନ୍ ଲାଡେନର ମୃତ୍ୟୁ ଯାଏଁ ସମସ୍ତ କଥାକୁ ଏହି ପୁସ୍ତକରେ ଉଲ୍ଲେଖ କରିଛନ୍ତି ଓବାମା । ଏଥିରେ ଭାରତ ସମ୍ପର୍କରେ ଅନେକ କଥା ଓ ଅନୁଭବ ପ୍ରକାଶ କରିବା ସହ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଓ ମନମୋହନ ସିଂଙ୍କ ବିଷୟରେ ମଧ୍ୟ ଉଲ୍ଲେଖ କରାଯାଇଛି ।

Comments are closed.