୨୦ ହଜାରରୁ ଅଧିକ ପାସ୍ ନେଇଗଲେ ଭିଆଇପି । ବିଜେଡି ସାଂସଦ ଅମର ପଟ୍ଟନାୟକ କହିଲେ, ଉଚ୍ଛେଦ ହେଉ ପାସ୍ ବ୍ୟବସ୍ଥା ।

403

କନକ ବ୍ୟୁରୋ: ବାରବାଟିରେ ଆଉ କିଛି ସମୟ ପରେ ଆରମ୍ଭ ହେବ ଟି-୨୦ ମ୍ୟାଚ । ହେଲେ ଟିକେଟ୍ ନ ପାଇ ଖେଳ ଦେଖିବାରୁ ବଂଚିତ ହୋଇଥିବା ଅନେକ କିଡ୍ରାପ୍ରେମୀ ନିରାଶ ହୋଇଛନ୍ତି । ବଡ ଲୋକ, ପଇସାବାଲାଙ୍କ ପାଇଁ ଟିକେଟ ଖେଳ କରାଯାଇଛି । ଧନୀ ବୋର୍ଡର ଏଭଳି ବିଚିତ୍ର ନୀତି ପାଇଁ କ୍ରିଡାପ୍ରେମୀ ଏବଂ ସାଧାରଣ ଲୋକ ଖେଳ ଦେଖିବାରୁ ବଂଚିତ ହେଉଛି । ବାରବାଟି ଷ୍ଟାଡିୟମରେ ଦର୍ଶକ କ୍ଷମତା ୪୫ ହଜାର ରହିଥିବା ବେଳେ ମାତ୍ର ୧୨ ହଜାର ଟିକେଟ୍ କାଉଁଟରରେ ବିକ୍ରି ହୋଇଥିଲା । କିନ୍ତୁ ପ୍ରାୟ ୨୦  ହଜାରରୁ ଅଧିକ ଟିକେଟ୍ ଓସିଏ ଏବଂ ବିସିସିିଆଇ ତାଙ୍କର ସହ ସହବନ୍ଧିତ ସଂସ୍ଥା, ଭିଆଇପିଙ୍କୁ ପାସ ଆକାରରେ ଦେଇଦେଇଛି । ଯାହା ଫଳରେ ହଜାର ହଜାର ଲେକେ ଟିକେଟ୍ ପାଇଁ ରାତି ଅନିଦ୍ରା ହୋଇ ଖାଲି ହାତରେ ନିରାଶ ହୋଇ ଫେରିଥିଲେ ।

ତେବେ ଏଭଳି ପାସ୍ ବ୍ୟବସ୍ଥାକୁ ସମ୍ପୁର୍ଣ୍ଣ ଉଚ୍ଛେଦ କରିବା ସପକ୍ଷରେ ମତ ରଖିଛନ୍ତି ବିଜେଡି ସାଂସଦ ଅମର ପଟ୍ଟନାୟକ । ଟୁଇଟ୍ କରି ଲେଖିଛନ୍ତି, ଯଦି ମୁଖ୍ୟମନ୍ତ୍ରୀ ମ୍ୟାଚ ଦେଖିବା ପାଇଁ ଟିକେଟ୍ କିଣୁଛନ୍ତି ତେବେ କାହିଁକି ପାସ୍ ବ୍ୟବସ୍ଥା ରହିବ ବୋଲି ସେ ପ୍ରଶ୍ନ କରିଛନ୍ତି  । ସେ କହିଛନ୍ତି, ତାଙ୍କୁ ବହୁତ ଲୋକ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ବାରବାଟୀ ହେବାକୁ ଥିବା ମ୍ୟାଚ୍ ପାଇଁ ପାସ୍ ମାଗିଥିଲେ  । କିନ୍ତୁ ସେ ସେମାନଙ୍କୁ ଟିକେଟ୍ ଦେଇପାରିନଥିଲେ । ହେଲେ କିଡାପ୍ରେମୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ପାସ୍ ବ୍ୟବସ୍ଥା ଉଚ୍ଛେଦ ହେବା ଉଚିତ ବୋଲି କହିଛନ୍ତି ସାଂସଦ ।