ଜାମିନରେ ମୁକୁଳିଲେ ବାପି ସର୍ଖେଲ : କହିଲେ, ମୋ ବିରୋଧରେ ରାଜନୈତିକ ଷଡଯନ୍ତ୍ର ରଚିଥିଲେ ଦାମ

23

କନକ ବ୍ୟୁରୋ : ଚୌଦ୍ୱାର ଜେଲରୁ ମୁକୁଳିଲେ ବାପି ସର୍ଖେଲ । ହାଇକୋର୍ଟଙ୍କ ସର୍ତମୂଳକ ଜାମିନ ପରେ ଆଜି ଜେଲରୁ ବାହାରିଛନ୍ତି କଂଗ୍ରେସ ନେତା ବାପି ସର୍ଖେଲ । ପାରାଦୀପ ସ୍ୱିୱେଜ ସିଫିଂ ଜିଏମ ମହେନ୍ଦ୍ର ସ୍ୱାଇଁ ହତ୍ୟାକାଣ୍ଡ ମାମଲାରେ ଗିରଫ ହୋଇ ଚୌଦ୍ୱାର ଜେଲରେ ଥିଲେ ବାପି । ଜେଲରୁ ମୁକୁଳିବା ପରେ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ନେତା ବାପି ସର୍ଖେଲ । ସେ କହିଛନ୍ତି ତାଙ୍କ ସତ୍ୟର ସବୁବେଳେ ଜୟ ହୋଇଥାଏ ।

ତାଙ୍କ କ୍ଷେତ୍ରରେ ମଧ୍ୟ ସତ୍ୟର ଜୟ ହୋଇଛି । ରାଜନୈତିକ ଷଡଯନ୍ତ୍ର କରି ତାଙ୍କୁ ଫସେଇ ଦିଆଯାଇଛି । ପଂଚାୟତ ନିର୍ବାଚନକୁ ନଜରରେ ରଖି ରାଜନୈତିକ ପ୍ରତିଦ୍ୱନ୍ଦି ଦାମୋଦର ରାଉତ ତାଙ୍କୁ ଫେସଇ ଦେଇଥିବା ସେ କହିଛନ୍ତି । ଗତ ୧୭ ତାରିଖରେ ବାପି ସର୍ଖେଲଙ୍କୁ ମାନ୍ୟବର ହାଇକୋର୍ଟ ସର୍ତମୂଳକ ଜାମିନ ପ୍ରଦାନ କରିଥିଲେ । ୧ ଲକ୍ଷ ଟଙ୍କା ଲେଖାଏଁ ଦୁଇ ଜଣ ଜାମିନଦାରଙ୍କ ବଦଳରେ ତାଙ୍କୁ ବେଲ ମିଳିଛି । ଏହାସହ କେତେକ ସର୍ତ ରଖିଛନ୍ତି କୋର୍ଟ ।

ସେପଟେ ବାପିଙ୍କ ବୟାନ ଉପରେ ପ୍ରତିକ୍ରିୟା ରଖିଛନ୍ତି ମନ୍ତ୍ରୀ ଦାମୋଦର ରାଉତ । ସେ କହିଛନ୍ତି ସେ ଜଣେ ଅପରାଧୀ, ଜେଲ ଫେରନ୍ତା ଆସାମୀ ।