ଲଗାତାର ୪ ଦିନ ବନ୍ଦ ରହିବ ବ୍ୟାଙ୍କ୍ ! ଶୀଘ୍ର ସାରିଦିଅନ୍ତୁ ସମସ୍ତ ଜରୁରୀ କାମ

91

ଲଗାତାର ୪ ଦିନ ବନ୍ଦ ରହିବ ସମସ୍ତ ବ୍ୟାଙ୍କ୍ । ତେଣୁ ଯଦି ଆପଣଙ୍କ କିଛି ଗୁରୁତ୍ୱପୂର୍ଣ୍ଣ କାମ ରହିଛି ତେବେ ଶୀଘ୍ର ସାରିଦିଅନ୍ତୁ । କାରଣ ଅଗଷ୍ଟ ୧୨ରୁ ୧୫ ଯାଏଁ ୪ଦିନ ସମସ୍ତ ବ୍ୟାଙ୍କ୍ ବନ୍ଦ ରହିବ । ଅଗଷ୍ଟ୧୨ରେ ମାସର ଦ୍ୱିତୀୟ ଶନିବାର ହୋଇଥିବା ବେଳେ ୧୩ ତାରିଖ ହେଉଛି ରବିବାର । ସେହିପରି ୧୪ ଏବଂ ୧୫ତାରିଖରେ ଯଥାକ୍ରମେ ଜନ୍ମାଷ୍ଟମୀ ଏବଂ ସ୍ୱାଧନତା ଦିବସ ପଡୁଛି ।

ସେହପରି ଅଗଷ୍ଟ ୨୬ , ୨୭ ଏବଂ ୨୮ ତାରିଖରେ ମଧ୍ୟ ବନ୍ଦ ରହିବ ବ୍ୟାଙ୍କ୍ । କାରଣ ୨୬ ତରିଖରେ ଗଣେଷ ଚତୁର୍ଥୀ ଥିବା ବେଳେ ୨୭ ତାରିଖ ପଡୁଛି ଶନିବାର ଏବଂ ୨୮ ତାରିଖ ହେଉଛି ରବିବାର । ତେଣୁ ଏହି ସବୁକୁ ଆଖି ଆଗରେ ରଖି ବ୍ୟାଙ୍କରେ ଥିବା ସମସ୍ତ ଜରୁରୀ କାମ ଶୀଘ୍ର ସାରିଦିଅନ୍ତୁ ।