ତୁରନ୍ତ ସାରନ୍ତୁ ବ୍ୟାଙ୍କ କାର୍ଯ୍ୟ । ଜୁଲାଇ ମାସରେ ଅଧାଦିନ ବନ୍ଦ ରହିବ ବ୍ୟାଙ୍କ । ପଢନ୍ତୁ କେବେ ଖୋଲା କେବେ ବନ୍ଦ

4,211

କନକ ବ୍ୟରୋ : ଯଦି ଆସନ୍ତା ମାସରେ ଆପଣଙ୍କର କିଛି ବ୍ୟାଙ୍କ କାମ ରହିଛି ତେବେ ଏବେ ଠାରୁ ସଜାଗ ହୁଅନ୍ତୁ । କାରଣ ଜୁଲାଇ ମାସରେ ବିଭିିନ୍ନ ପର୍ବ ପର୍ବାଣି ଓ ସାପ୍ତାହିକ ଛୁଟିକୁ ମିଶାଇ ବ୍ୟାଙ୍କ ୧୫ ଦିନ ବନ୍ଦ ରହିବ । ଆରବିଆଇର ସୂଚନା ମୁତାବକ ରଥଯାତ୍ରା, ବକରୀଦ୍ ଓ ଭାନୁ ଜୟନ୍ତୀ ଭଳି ପର୍ବ କାରଣରୁ ବ୍ୟାଙ୍କ ୧୫ ଦିନ ବନ୍ଦ ରହିବ ।

ଜୁଲାଇ ମାସର ୪ ତାରିଖ ଠାରୁ ବ୍ୟାଙ୍କ ଛୁଟି ଆରମ୍ଭ ହେବ । ୪ ତାରିଖ ରବିବାର ପଡୁଥିବାରୁ ସାରା ଦେଶରେ ବ୍ୟାଙ୍କ ବନ୍ଦ ରହିବ । ଏହାସହ ଜୁଲାଇ ୧୦ ତାରିଖ ମାସର ଦ୍ୱିତୀୟ ଶନିବାର ଓ ୧୧ ତାରିଖ ରବିବାର ପଡୁଥିବାରୁ ବ୍ୟାଙ୍କ ବନ୍ଦ ରହିବ । ୧୨ ତାରିଖ ସୋମବାର ରଥଯାତ୍ରା ପଡୁଥିବାରୁ ଓଡିଶା ଓ ଇମ୍ଫାଲରେ ସମସ୍ତ ବ୍ୟାଙ୍କ ବନ୍ଦ ରହିବ । ୧୩ ତାରିଖରେ ଭାନୁ ଜୟନ୍ତୀ ପାଇଁ କେବଳ ଗ୍ୟାଙ୍ଗଟକରେ ବ୍ୟାଙ୍କ ବନ୍ଦ ରହିବ । ସେହିଭଳି ୧୪ ତାରିଖରେ ଏକ ଆଞ୍ଚଳିକ ପର୍ବ ପାଇଁ ଗ୍ୟାଙ୍ଗଟକରେ ବ୍ୟାଙ୍କ ବନ୍ଦ ରହିବ ଓ ୧୬ ତାରିଖରେ ହରେଲା ପର୍ବ ପାଇଁ ଡେରାଡୁନରେ ବ୍ୟାଙ୍କ ବନ୍ଦ ରହିବ   । ସେହିଭଳି ୧୭ ତାରିଖରେ ଖର୍ଚି ପର୍ବ ପାଇଁ ଅଗରତାଲା ଓ ସିଲଙ୍ଗରେ ବ୍ୟାଙ୍କ ବନ୍ଦ ରହିବ ।

ଅନ୍ୟପଟେ ୧୮ ତାରିଖ ରିବିବାର କାରଣରୁ ବ୍ୟାଙ୍କ ବନ୍ଦ ରହିବ ଓ ୧୯ ତାରିଖରେ ଏକ ଆଞ୍ଚଳିକ ପର୍ବ ପାଇଁ ଗ୍ୟାଙ୍ଗଟକରେ ବ୍ୟାଙ୍କ ବନ୍ଦ ରହିବ । ୨୦ ତାରିଖ ବକରୀଦ୍ ପଡୁଥିବାରୁ ଜମ୍ମୁ-ଶ୍ରୀନଗର ଓ ତ୍ରିଭେନ୍ଦ୍ରମରେ ବ୍ୟାଙ୍କ ବନ୍ଦ ରହିବ ଏହାସହ ୨୧ ତାରିଖରେ ବକରୀଦ ପାଇଁ ବ୍ୟାଙ୍କ ବନ୍ଦ ରହିବ । ଜୁଲାଇ ୨୪ ତାରିଖ ମାସର ଶେଷ ଶନିବାର କାରଣରୁ ବ୍ୟାଙ୍କ ବନ୍ଦ ରହିବ ଓ ରବିବାର ବି ବ୍ୟାଙ୍କ ବନ୍ଦ ।

ଜୁଲାଇ ମାସରେ ଏଭଳି ଭାବେ ବିଭିନ୍ନ ଆଂଚଳିକ ପର୍ବ ପାଇଁ ବିଭିନ୍ନ ତାରିଖରେ ବିଭିନ୍ନ ରାଜ୍ୟରେ ବ୍ୟାଙ୍କ ବନ୍ଦ ରହୁଥିବାରୁ ଆପଣମାନେ ସମୟ ନିର୍ଘଣ୍ଟ କରି ବ୍ୟାଙ୍କ କାମ କରିନେବା ଉଚିତ ।