କନକ ବ୍ୟୁରୋ: ହାତୀ ଉପଦ୍ରବ ପାଇଁ ଚିନ୍ତାରେ ଅଛନ୍ତି ବାଙ୍କୀବାସୀ । ରାତିରେ ହାତୀ ପଲ ଗାଁରେ ପଶି ଘରଦ୍ୱାର ଭାଙ୍ଗୁଛନ୍ତି । ଫସଲ ମଧ୍ୟ ଦଳି ନଷ୍ଟ କରୁଛନ୍ତି । ହାତୀ କବଳରୁ ଘରକୁ ସୁରକ୍ଷା ଦେବା ପାଇଁ ଘର ଚାରିପଟେ ସୋଲାର ଚାଳିତ ତାରବାଡ଼ ବୁଲାଇଛନ୍ତି ଜାରିଆ ଗାଁର ଲୋକେ ।

Advertisment

ଏହି ଗାଁରେ ପାଖାପାଖି ୨୦୦ ପରିବାର ରହୁଛନ୍ତି. ଆଉ ପ୍ରାୟ ସମୟରେ ଏଠି ହାତୀ ଉପଦ୍ରବ ଦେଖିବାକୁ ମିଳିଥାଏ. କେଉଁଠି ହାତୀ ଘର ଭାଙ୍ଗିଲାଣି ତ ଆଉ କେଉଁଠି ପାଚେରୀ ଭାଙ୍ଗିଲାଣି । ଆଉ ଏହି ହାତୀ ଉପଦ୍ରବରୁ ରକ୍ଷା ପାଇବା ପାଇଁ ଘର ଚାରିପଟେ ଗ୍ରାମବାସୀ ଲୁହା ତାରବାଡ଼ ବୁଲାଇଛନ୍ତି । ସେଥିରୁ ସୋଲାରରୁ ବାହାରୁଥିବା କରେଂଟ ଚାର୍ଜ କରିଦେଇଥାନ୍ତି । ଯଦି ହାତୀ ସେ ତାରକୁ ଛୁଇଁବ ସାମାନ୍ୟ ଝଟକା ଅନୁଭବ କରିବ । ଆଉ ସେ ସ୍ଥାନ ଛାଡି ଚାଲି ଯିବ । ଏହିପରି ଭାବରେ ଗ୍ରାମବାସୀମାନେ ନିଜ ଘରକୁ ହାତୀ ଉପଦ୍ରବରୁ ରକ୍ଷା କରିଛନ୍ତି ।