୫ ଦିନ ବନ୍ଦ ରହିବ ବ୍ୟାଙ୍କ ! ତୁରନ୍ତ ସାରିନିଅନ୍ତୁ ଆପଣଙ୍କ ଜରୁରୀ କାମ ।

2,472

ଏହି ସପ୍ତାହରେ ଯଦି ଆପଣଙ୍କର ବ୍ୟାଙ୍କରେ କିଛି ଜରୁରୀ କାମ ରହିଛି, ତେବେ ତୁରନ୍ତ ଆପଣଙ୍କ କାମ ଶେଷ କରିନିଅନ୍ତୁ । ବ୍ୟାଙ୍କରେ କାମ ଶେଷ କରିବା ପାଇଁ ଆପଣଙ୍କ ପାଖରେ ଡିସେମ୍ବର ୨୦ ତାରିଖ ପର୍ଯ୍ୟନ୍ତ ସମୟ ରହିଛି । ଏହାର କାରଣ ହେଉଛି, ସାରା ଦେଶରେ ସରକାରୀ ବ୍ୟାଙ୍କ ଗୁଡିକ ୫ ଦିନ ବନ୍ଦ ରହିବ । ସୂଚନା ଅନୁଯାୟୀ, ଏହି ସମୟରେ ଦୁଇ ଦିନ ଧରି ବ୍ୟାଙ୍କ କର୍ମଚାରୀମାନେ ଧର୍ମଘଟ କରିବେ । ଜାଣନ୍ତୁ କେଉଁ ଦିନ ଆଉ କେଉଁ କାରଣରୁ ବନ୍ଦ ରହିବ ବ୍ୟାଙ୍କ ।

ଏହି ସପ୍ତାହରେ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ବ୍ୟାଙ୍କ କାମ ସୂଚାରୁରୂପେ ଚାଲିବ । ୨୧ ଡିସେମ୍ବର ଅର୍ଥାତ ଶୁକ୍ରବାର ଦିନ ବ୍ୟାଙ୍କ କର୍ମଚାରୀମାନେ ଧର୍ମଘଟ କରିବେ । ଆଉ ଏହି କାରଣରୁ ସବୁ ସରକାରୀ ବ୍ୟାଙ୍କର କାର୍ଯ୍ୟ ବନ୍ଦ ରହିବ । ସେହିପରି ଡିସେମ୍ବର ୨୨ ତାରିଖ ମାସର ଚତୁର୍ଥ ଶନିବାର ହେଉଥିବାରୁ ସାରା ଦେଶର ସମସ୍ତ ସରକାରୀ ଏବଂ ବେସରକାରୀ ବ୍ୟାଙ୍କଗୁଡିକ ବନ୍ଦ ରହିବ । ୨୩ ଡିସେମ୍ବର ରବିବାର ହେତୁ ବ୍ୟାଙ୍କ ଗୁଡିକ ଛୁଟି ରହିବ । ୨୪ ତାରିଖ ଦିନ ବ୍ୟାଙ୍କ ଗୁଡିକ ଖୋଲା ରହୁଥିବାବେଳେ ଡିସେମ୍ବର ୨୫ ତାରିଖ ବଡଦିନ କାରଣରୁ ସମସ୍ତ ବ୍ୟାଙ୍କ ବନ୍ଦ ରହିବ । ସେହିପରି ଡିସେମ୍ବର ୨୬ ତାରିଖ ବ୍ୟାଙ୍କ କର୍ମଚାରୀମାନଙ୍କର ଧର୍ମଘଟ କାରଣରୁ ସରକାରୀ ବ୍ୟାଙ୍କଗୁଡିକ ବନ୍ଦ ରହିବ । ସୂଚନା ଅନୁଯାୟୀ, ଡିସେମ୍ବର ୨୧ ତାରିଖରୁ ଡିସେମ୍ବର ୨୬ ତାରିଖ ପର୍ଯ୍ୟନ୍ତ ୬ ଦିନରେ କେବଳ ଗୋଟିଏ ଦିନ ବ୍ୟାଙ୍କ ଖୋଲା ରହିବ । କିନ୍ତୁ କର୍ମଚାରୀମାନଙ୍କର ଧର୍ମଘଟ ସମୟରେ ବେସରକାରୀ ବ୍ୟାଙ୍କ ଗୁଡିକ ଖୋଲା ରହିବ ।