ଏଲପିଜି ସିଲିଣ୍ଡର ଶସ୍ତା, ଆଇଟିଆର ଉପରେ ଫାଇନ୍… ଜାଣନ୍ତୁ ଆଜିଠୁ ବଦଳୁଛି କେଉଁ ସବୁ ନିୟମ

876

କନକ ବ୍ୟୁରୋ: ଆଜି ଅଗଷ୍ଟ ପହିଲା । ବଦଳୁଛି ଏକାଧିକ ନିୟମ । ଅର୍ଥ ଲେଣଦେଣର ନିୟମ ସାଙ୍ଗକୁ ଇନକମ୍ ଟ୍ୟାକ୍ସ ରିଟର୍ଣ୍ଣ ପୈଠ କରିବାର ନିୟମରେ ମଧ୍ୟ ପରିବର୍ତ୍ତ ନ ହୋଇଛି । ରନ୍ଧନ ଗ୍ୟାସର ଦରରେ ପରିବର୍ତ୍ତନ ସହ ଆଜିଠୁ ବ୍ୟାଙ୍କ ଅଫ୍ ବରୋଦାର ଚେକ୍ ସମ୍ପର୍କିତ ନିୟମରେ ମଧ୍ୟ ପରିବର୍ତ୍ତନ ହୋଇଛି ।

କମର୍ସିଆଲ ଗ୍ୟାସ ସିଲିଣ୍ଡରର ମୂଲ୍ୟ ଆଜି ୩୬ ଟଙ୍କା ହ୍ରାସ କରାଯାଇଛି। ଏହି ହ୍ରାସ ପରେ ୧୯ କିଲୋଗ୍ରାମ ବ୍ୟବସାୟିକ ଏଲପିଜି ସିଲିଣ୍ଡର ର ମୂଲ୍ୟ ସିଲିଣ୍ଡର ପିଛା ୧୯୭୬ ଟଙ୍କା ରହିଛି । ।ଏହାର ମୂଲ୍ୟ ୨୦୧୨.୫୦ ଟଙ୍କା ଥିଲା ।

ବ୍ୟାଙ୍କ ଅଫ୍ ବରୋଦାର ନୂଆ ନିୟମ :
ଆଜିଠାରୁ ବ୍ୟାଙ୍କ ଅଫ୍ ବରୋଦାର ଚେକ୍ ସମ୍ପର୍କିତ ନିୟମରେ ପରିବର୍ତ୍ତନ ହୋଇଛି । ଆରବିଆଇର ଗାଇଡଲାଇନକୁ ପାଳନ କରିବାକୁ ଯାଇ ବ୍ୟାଙ୍କ ବରୋଦା ଏପରି ପରିବର୍ତ୍ତନ ଲାଗୁ କରିଛି । ନୂଆ ନିୟମ ଅନୁସାରେ ଅଗଷ୍ଟ ପହିଲାରୁ ୫ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ଚେକ ପେମେଣ୍ଟ ପାଇଁ ପଜିଟିଭ ପେ ସିଷ୍ଟମ ଲାଗୁ କରାଯାଇଛି । ଏହା ଅନୁସାରେ ଚେକ୍ ଜରିଆରେ ଅର୍ଥ ଲେଣଦେଣ କରୁଥିବା ଗ୍ରାହକ ପ୍ରଥମେ ଚେକ୍ ସମ୍ପର୍କିତ ସମସ୍ତ ତଥ୍ୟକୁ ଏସଏମଏସ, ନେଟ୍ ବ୍ୟାଙ୍କିଙ୍ଗ କିମ୍ା ମୋବାଇଲ ଆପ୍ ମାଧ୍ୟମରେ ବ୍ୟାଙ୍କକୁ ଜଣାଇବେ । ଏହା ପରେ ଯାଇ ଚେକ୍ କ୍ଲିଅର ହୋଇପାରିବ ।

ଆଇଟିଆର ପୈଠ କରିବାରେ ଜରିମ।ନା:
ଇନକମ୍ ଟ୍ୟାକ୍ସ ରିଟର୍ଣ୍ଣ ପୈଠ କରିବାର ଶେଷ ତାରିଖ ଜୁଲାଇ ୩୧ ତାରିଖ ଥିଲା । ଆଜିଠାରୁ ଯିଏ ରିଟର୍ଣ୍ଣ ଭରିବେ ତାଙ୍କ ଉପରେ ଫାଇନ୍ ଲାଗିବ । ଡେଡଲାଇନ୍ ପରେ ଇନକମ୍ ଟ୍ୟାକ୍ସ ରିଟର୍ଣ୍ଣ ଭରୁଥିଲେ ୫ ଲକ୍ଷ ବା ତାଠାରୁ କମ୍ ଆୟ ହୋଇଥିଲେ ୧୦୦୦ ଟଙ୍କା ଫାଇନ୍ ଲାଗିବ । ସେହିପରି ୫ଲକ୍ଷରୁ ଅଧିକ ଆୟ ଉପରେ ୫୦୦୦ ଟଙ୍କା ଜରିମ।ନା ଲାଗିବ । ଏହି ଫାଇନ୍ ୧୦,୦୦୦ ଟଙ୍କା ଯାଏଁ ବଢିପାରେ ।

ପଜିଟିଭ୍ ପେ ସିଷ୍ଟମ୍:
ବ୍ୟାଙ୍କିଙ୍ଗ ଠକେଇକୁ ରୋକିବାକୁ ପଜିଟିଭ୍ ପେ ସିଷ୍ଟମ୍ ଲାଗୁ କରିଛନ୍ତି ରିଜର୍ଭ ବ୍ୟାଙ୍କ । ଯଦିଓ ଏହାକୁ ୨୦୨୦ରୁ ଲାଗୁ କରାଯାଇଛି ହେଲେ ଆଜିଠାରୁ ବ୍ୟାଙ୍କ ଅଫ୍ ବରୋଦା ଏହାକୁ କଡାକଡି ଭାବେ ଲାଗୁ କରିଛି । ପଜିଟିଭ୍ ପେ ସିଷ୍ଟମ ନିୟମ ଅନୁସାରେ ଯଦି ଆପଣ ଚେକ୍ ଜରିଅରେ ଟ୍ରାଞ୍ଜାକ୍ସନ କରିବାକୁ ଚାହୁଁଛନ୍ତି ତେବେ ଏହାର ସବିଶେଷ ତଥ୍ୟ ପ୍ରଥମେ ଏସଏମଏସ୍ , ନେଟ୍ ବ୍ୟାଙ୍କିଙ୍ଗ ଜରିଆରେ ସମ୍ପୃକ୍ତ ବ୍ୟାଙ୍କକୁ ଜଣାଇବା ପରେ ଯାଇ ଟ୍ରାଞ୍ଜାକ୍ସନ କରିପାରିବେ ।