ଆଉ ରହିବନି ପଇସା ଚିନ୍ତା…ଏବେ ମୁହୂର୍ତ୍ତକ ମଧ୍ୟରେ ମିଳିବ ଲୋନ୍ ! ଘରଠାରୁ ଗାଡି ପର୍ଯ୍ୟନ୍ତ ଏଣିକି ମାତ୍ର ୩୦ ମିନିଟରେ ଫଟାଫଟ୍ ହେବ ଲୋନ୍ ସାଙ୍କସନ ! ଆପଣଙ୍କର ମାତ୍ର ଗୋଟିଏ ମିସଡ୍ କଲରେ ଘରେ ଆଣି ବ୍ୟାଙ୍କ ଦେଇଯିବ କାର୍

268

କନକ ବ୍ୟୁରୋ: ସାଧାରଣତଃ କୌଣସି ଲୋନ୍ ନେବାକୁ ହେଲେ ଆମକୁ ବାରମ୍ବାର ବ୍ୟାଙ୍କର ଚକ୍କର କାଟିବାକୁ ପଡିଥାଏ, ଅଫିସରଙ୍କୁ ନାନା ଖୁସାମତ କରିବାକୁ ପଡିଥାଏ । ଏପରିକି କିଛି କ୍ଷେତ୍ରରେ ତ କାଗଜପତ୍ର ଠିକ୍ ଥାଇ ବି ଲୋନ୍ ଟଙ୍କା ପାଇଁ ମାସ ମାସ ଧରି ଅପେକ୍ଷା କରିବାକୁ ପଡିଥାଏ । ହେଲେ ଏବେ କିନ୍ତୁ ତାହା ହେବନି । ହୋମ୍ ହେଉ କି କାର ଲୋନ୍ କିମ୍ବା ଅନ୍ୟ କୌଣସି ପର୍ସନାଲ ଲୋନ୍ ନେବାକୁ ଚାହୁଁଥିଲେ ଏବେ ଆପଣଙ୍କୁ ନା କୌଣସି ବ୍ୟାଙ୍କ ଦୌଡିବାକୁ ପଡିବ ନା ହିଁ ଆପ୍ରୁଭାଲ୍ ପାଇଁ ଦୀର୍ଘ ଦିନ ଧରି ଅପେକ୍ଷା କରିବାକୁ ପଡିବ ।  ବରଂ ମୁହୂର୍ତ୍ତକ ମଧ୍ୟରେ ଆପଣଙ୍କୁ ଏହି ସୁବିଧା ମିଳିଯିବ । ଦେଶର ତୃତୀୟ ସବୁଠୁ ବଡ ସରକାରୀ ବ୍ୟାଙ୍କ ତଥା ବ୍ୟାଙ୍କ ଅଫ୍ ବରୋଦା ଲଂଚ କରିଛି ଡିଜିଟାଲ ଲ୍ୟାଣ୍ଡିଂ ପ୍ଲାର୍ଟଫର୍ମ । ଯେଉଁଥିରେ ଆପଣ  ନିଜ ସୁବିଧା ଅନୁସାରେ ପେପରଲେସ୍ ପ୍ର୍କ୍ରିୟାରେ କୌଣସି ବି ଲୋନ୍ ମୁହୂର୍ତ୍ତକ ମଧ୍ୟରେ ନେଇପାରିବେ ।

ଘରଠୁ ଗାଡି ଯାଏଁ ୩୦ ମିନିଟରେ ଲୋନ୍ ସାଙ୍କସନ !

ଗୋଟିଏ ମିସଡ୍ କଲରେ ମିଳିବ ଟଙ୍କା !

ତେବେ ବ୍ୟାଙ୍କ ଅଫ୍ ବରୋଦା ନିର୍ଦ୍ଦିଷ୍ଟ କିଛି ଗ୍ରାହକଙ୍କ ପାଇଁ  ଉଭୟ ଅଫଲାଇନ ଏବଂ ଅନଲାଇନ ପାର୍ଟନର ଚ୍ୟାନେଲ ମାଧ୍ୟମରେ କୌଣସି ଜିନିଷର କଣାବିକା ଏବଂ  ପରବର୍ତ୍ତୀ ସମୟରେ ସହଜ ଇଏମଆଇ ପେମେଂଟ ପାଇଁ ପ୍ରି-ଆପ୍ରୁଭ ମାଇକ୍ରୋ ପର୍ସନାଲ ଲୋନ୍ ପ୍ରଦାନ କରୁଛି । ଯାହାକୁ ଗ୍ରାହକମାନେ ଚାହିଁଲେ ଏହି ଆମାଉଂଟକୁ ନିଜର ସେଭିଂ ଆକାଉଂଟରେ ଜମା ମଧ୍ୟ କରିପାରିବେ । ଆପଣ ଚାହିଁଲେ ଏହାକୁ ୩ ମାସରୁ ୧୮ ମାସିଆ ଇଏମଆଇରେ ବି କନଭର୍ଟ କରିପାରିବେ । ଏଥିପାଇଁ ଆପଣଙ୍କୁ ବ୍ୟାଙ୍କ୍ ଅଫ୍ ବରୋଦାର ବ୍ୟାଙ୍କିଂ ଆପ  m-Connect+ ବ୍ୟବହାର କରିପାରିବେ । ସେହିଭଳି ଡିଜିଟାଲ ଲାଣ୍ଡିଂ ପ୍ଲାଟଫର୍ମରେ ହୋମ୍ ଲୋନଠାରୁ ଆରମ୍ଭ କରି କାର୍ ଲୋନ୍ ପର୍ଯ୍ୟନ୍ତ ଋଣ ମାତ୍ର ୩୦ ମିନିଟରେ ମୁଂଜୁରୀ ମିଳିଥାଏ । ସେହିଭଳି କାର୍ ଲୋନ୍ ନେବାକୁ ଚାହୁଁଥିଲେ ଆପଣ ବ୍ୟାଙ୍କର  ୮୪୬୭୦୦୧୧୩୩ ନମ୍ବରରେ ଏକ ମିସଡ କଲ କରି ବି ସହଜରେ ଲୋନ୍ ପାଇପାରିବେ ।

ଅପରପକ୍ଷରେ, ଏହି ନୂଆ ପ୍ଲାଟଫର୍ମ ଜରିଆରେ ବ୍ୟାଙ୍କ ଅଫ୍ ବରୋଦା  ‘Online Loan against Fixed Deposits’ ର ସୁବିଧା ମଧ୍ୟ ପ୍ରଦାନ କରୁଛି । ଯେଉଁଥିରେ ଆପଣ ଆପଣଙ୍କ ଫିକ୍ସ ଡିପୋଜିଟ୍ ଉପରେ ମୋବାଇଲ ବ୍ୟାଙ୍କଂ ନଚେତ୍ ନେଟ୍ ବ୍ୟାଙ୍କିଂ ଜରିଆରେ ଫଟାଫଟ୍ ଲୋନ୍ ନେଇପାରିବେ ।