କନକ ବ୍ୟୁରୋ : ପ୍ରାୟ ତିନି ଦିନର ଛକାପଂଝା, ଖୋଜାଖୋଜି ଓ ଆଶଙ୍କା ଭିତରେ, ଶେଷରେ ବ୍ୟାଙ୍କ ମ୍ୟାନେଜର ତପନ କୁମାର ସାହୁଙ୍କ ନିଖୋଜ ପଛର ରହସ୍ୟ ଉପରୁ ପରଦା ହଟିଛି । ତାଙ୍କୁ କେହି ଅପହରଣ କରି ନଥିଲେ, ବରଂ ମାନସିକ ଚାପ କାରଣରୁ ସେ ନିଜେ ଏଭଳି ନିଷ୍ପତି ନେଇଥିଲେ । ଏକଥା କ୍ୟାମେରା ଆଗକୁ ଆସି ନିଜେ ସ୍ୱୀକାର କରିଛନ୍ତି ବ୍ରାଂଚ ମ୍ୟାନଜର ତପନ କୁମାର ସାହୁ । ମାନସିକ ଚାପ କାରଣରୁ ଏଭଳି ଭୁଲ ହୋଇଗଲା ବୋଲି ସେ କହିଛନ୍ତି ।

Kanak News is now on WhatsApp
Join and get latest news updates delivered to you via WhatsApp
ବୁଧବାର ରାତିରେ ବିଶାଖାପାଟଣାରୁ ଫେରୁଥିବା ବେଳେ ଗଞ୍ଜାମ ଗୋଳନ୍ଥରା ଥାନା ନିକଟ ଗିରିସୋଲା ଗେଟ୍ ନିକଟରୁ ପୋଲିସ ତାଙ୍କୁ ଠାବ କରିଥିଲା । ତପନଙ୍କୁ ଠାବ କରିବା ପରେ ଗୋଳନ୍ଥରା ପୋଲିସ ବୈଦେଶ୍ୱର ଥାନା ପୋଲିସକୁ ହସ୍ତାନ୍ତର କରିଥିଲା । ଏହାପରେ ତାଙ୍କୁ ବାଙ୍କୀ ଏସଡିଜେଏମ କୋର୍ଟରେ ହାଜର କରି ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ।
ତପନକୁ ଫେରିପାଇ ଏବେ ତାଙ୍କ ପରିବାର ବେଶ୍ ଖୁସି ହୋଇଯାଇଛନ୍ତି । ହେଲେ ଜଣେ ବ୍ୟାଙ୍କ ମ୍ୟାନେଜର ୩ ଦିନ ନିଖୋଜ ରହିବା ପରେ ମିଳିବା ଘଟଣା ଅଂଚଳର ଚର୍ଚ୍ଚା ସୃ୍ଷ୍ଟି କରିଛି ।