ଝରକା ଗ୍ରୀଲ କାଟି ବାଲିପାଟଣାର ଲକ୍ଷ୍ମୀବିଳାସ ବ୍ୟାଙ୍କ ଭିତରେ ପଶିଲେ ଦୁର୍ବୃତ୍ତ : ସିସିଟିଭିରେ କଏଦ ହେଲା ଲୁଟ୍ ଉଦ୍ୟମର ଦୃଶ୍ୟ

279

କନକ ବ୍ୟୁରୋ : ବ୍ୟାଙ୍କ ଭିତରେ ଲୁଟ ଉଦ୍ୟମ । ଝରକା ଗ୍ରୀଲ କାଟି ବ୍ୟାଙ୍କ ଭିତରେ ପଶିଗଲେ ଦୁର୍ବୃତ୍ତ । ହେଲେ ଷ୍ଟ୍ରଙ୍ଗ ରୁମ୍ ଆଲମାରୀ ଲକର କାଟିବାରେ ବିଫଳ ହେଲେ । ଘଂଟାଏ କାଳ ବ୍ୟାଙ୍କ ଭିତରେ ଉତ୍ପାତ କଲେ ୨ ଜଣ ଦୁର୍ବୃତ୍ତ, ଶେଷରେ ନିରାସ ହୋଇ ସିସିଟିଭି କ୍ୟାମେରା ଓ ସର୍ଭର ନେଇ ଫେରାର ହୋଇଗଲେ । ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ମଝିହରା ପଂଚାୟତ କାର୍ଯ୍ୟାଳୟ ପରିସରରେ ଲୁଟ୍ ଉଦ୍ୟମ ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଛି ।

ଆଜି ସକାଳ ପଂଚାୟତ କାର୍ଯ୍ୟାଳୟ କର୍ମଚାରୀ ବ୍ୟାଙ୍କ ଝରକା ଗ୍ରିଲ କଟା ହୋଇଥିବା ଦେଖି ସ୍ଥାନୀୟ ସରପଂଚଙ୍କୁ ଖବର ଦେଇଥିଲେ । ସରପଂଚ ବ୍ୟାଙ୍କ କର୍ମଚାରୀଙ୍କୁ ଜଣାଇଥିଲେ । ବ୍ୟାଙ୍କ କର୍ମଚାରୀ ଘଟଣାସ୍ଥଳରେ ପହଂଚି ସିସିଟିଭି ଫୁଟେଜ ଯାଂଚ କରିଛନ୍ତି । ଏନେଇ ବ୍ୟାଙ୍କ ପକ୍ଷରୁ ବାଲିପାଟଣା ଥାନାରେ ଏତଲା ଦିଆଯାଇଛି । ଥାନା ଅଧିକାରୀ କୃପାସିନ୍ଧୁ ସିସିଟିଭି ଫୁଟେଜ୍ ଆଧାରରେ ତଦନ୍ତ ଆରମ୍ଭ କରିଛନ୍ତି ।