କାଲୁଠୁ ୬ଦିନ ବ୍ୟାଙ୍କ ବନ୍ଦ । ଜାଣନ୍ତୁ, କେଉଁ କେଉଁ ଦିନ ବନ୍ଦ ରହିବ ବ୍ୟାଙ୍କ

5,291

କନକ ବ୍ୟୁରୋ : ଚଳିତମାସ ୩୧ଦିନ ପଡୁଥିବା ବେଳେ ଗତକାଲି ଅର୍ଥାତ୍ ୧୮ ତାରିଖରୁ ୬ଦିନ ଯାଏଁ ବ୍ୟାଙ୍କ ବନ୍ଦ ରହିବ । ଏନେଇ ଆରବିଆଇର ଅଫିସିଆଲ ୱେବସାଇଟରେ ସୂଚନା ଦିଆଯାଇଛି । ତେଣୁ ଯଦି ବ୍ୟାଙ୍କରେ କୌଣସି ଗୁରୁତ୍ୱପୂର୍ଣ୍ଣ କାମ ବାକି ରହିଯାଇଛି ଶୀଘ୍ର ପୂରା କରିନିଅନ୍ତୁ ।
ଆରବିଆଇ ଜାରି କରିଥିବା ଲିଷ୍ଟ ଅନୁସାରେ, ୧୮ତାରିଖ ମଙ୍ଗଳବାର ‘ଥାଇ ପୁସମ୍’ ପଡୁଥିବାରୁ ଏହି ଦିନ କେବଳ ଚେନ୍ନାଇରେ ବ୍ୟାଙ୍କ ବନ୍ଦ ରହିବ । ସେହିପରି ୨୨ ଜାନୁଆରୀ ମାସର ଚତୁର୍ଥ ଶନିବାର ପଡୁଥିବାରୁ ସେଦିନ ମଧ୍ୟ ବ୍ୟାଙ୍କ ବନ୍ଦ ରହିବ । ଜାନୁଆରୀ ୨୩ତାରିଖ ରବିବାର ପାଇଁ ବ୍ୟାଙ୍କ ବନ୍ଦ । ୨୫ ଜାନୁଆରୀ ମଙ୍ଗଳବାର ହିମାଚଳପ୍ରଦେଶରେ ରାଜ୍ୟ ସ୍ଥାପନା ଦିବସ ପାଇଁ ବ୍ୟାଙ୍କ ବନ୍ଦ ରହିବ । ୨୬ଜାନୁଆରୀ ବୁଧବାର ଗଣତନ୍ତ୍ର ଦିବସ ହୋଇଥିବାରୁ ପୂରା ଦେଶରେ ବ୍ୟାଙ୍କ ଛୁଟି ରହିବ । ୩୧ ଜାନୁଆରୀ ସୋମବାର ଆସାମରେ ବ୍ୟାଙ୍କ ଛୁଟି ରହିବ ।
ତେବେ ଏଠାରେ ଆମେ କହିରଖୁଛୁ କି, ଏହି ଛୁଟି ଦିନ ଗୁଡିକ ସବୁ ରାଜ୍ୟରେ ଲାଗୁ ହେବ ନାହିଁ ଭିନ୍ନ ଭିନ୍ନ ରାଜ୍ୟରେ ଅଲଗା ଅଲଗା ଦିନ ଛୁଟି ରହିବ । କେବଳ ଗଣତନ୍ତ୍ର ଦିବସ, ରବିବାର ଏବଂ ଚତୁର୍ଥ ଶନୀବାର ସାରା ଦେଶରେ ବ୍ୟାଙ୍କ ଛୁଟି ରହିବ । ଯାହା ଆରବିଆଇ ତାଲିକାରେ ପ୍ରକାଶ ପାଇଛି