ମାସ୍କ କାହିଁକି ପିନ୍ଧିନ କହିବା ମହଙ୍ଗା ପଡିଲା… । ପୋଲିସକୁ କଟୁରୀରେ ଆକ୍ରମଣ କଲା କଦଳୀ ବେପାରୀ ।

572

କନକ ବ୍ୟୁରୋ : ଅମାନିଆକୁ ଆକଟ କରିବା ପୋଲିସକୁ ପଡ଼ିଲା ମହଙ୍ଗା । କଟୁରୀରେ ପୋଲିସ ଉପରକୁ ଆକ୍ରମଣ କଲେ କଦଳୀ ବେପାରୀ । ଆଉ ଏହି ସମୟରେ ପୋଲିସ ସହ ହାତାହାତି ହେବାର କିଛି ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି । ରାଜ୍ୟରେ ବଢ଼ୁଥିବା ସଂକ୍ରମଣରେ ରୋକ ଲଗାଇବା ପାଇଁ ତାଲାବନ୍ଦ କଟକଣା ଲଗାଯାଇଛି । ହେଲେ କିଛି ଅମାନିଆ ତାଲାବନ୍ଦକୁ ଖାତିର ନକରି ବାହାରେ ନିଦ୍ୱନ୍ଦ୍ୱରେ ବୁଲଛନ୍ତି ।
ଆଜି ସଟଡାଉନ ଥିବା ବେଳେ ସତ୍ୟବାଦୀ ବ୍ଲକ ବଳଙ୍ଗା ବଜାରରେ ଚେକିଂ କରୁଥିଲା ପୋଲିସ । ଏହି ସମୟରେ ଜଣେ ଯୁବକ ନିଜ ସାଇକେଲରେ କଦଳୀ ଆଣି ବଜାରକୁ ବିକିବାକୁ ଆସିଥିଲେ । ହେଲେ ବେପାରୀ ଜଣଙ୍କ ମୁହଁରେ ମାସ୍କ ନଥିଲା । ସଟଡାଉନରେ ବିନା ମାସ୍କରେ କାହିଁକି ବଜାର ଆସିଛ ପଚାରିବାରୁ ରାଗି ଯାଇଥିଲେ କଦଳୀ ବେପାରୀ ଜଣଙ୍କ । କଦଳୀ କଟା କଟୁରୀରେ ପୋଲିସ ଉପରକୁ ଆକ୍ରମଣ କରିଥିଲେ । ଘଟଣାରେ ଜଣେ ପୋଲିସ ଆହତ ଥିବା ବେଳେ ଯୁବକକୁ ଗିରଫ କରିଛି ବଳଙ୍ଗା ପୋଲିସ ।