ଶିବସେନା ନିର୍ବାଚନୀ ଚିହ୍ନ ଉପରେ ରୋକ: ଉଦ୍ଧବ, ସିନ୍ଦେ ଗୋଷ୍ଠୀଙ୍କୁ ମିଳିବ ଅଲଗା ଅଲଗା ଚିହ୍ନ  

157

କନକ ବ୍ୟୁରୋ: ଶିବସେନା ନିର୍ବାଚନୀ ଚିହ୍ନ ଉପରେ ଲାଗିଲା ରୋକ । ରୋକ ଲଗାଇଲେ ନିର୍ବାଚନ କମିଶନ । ନୂଆ ଚିହ୍ନ ବିଷୟରେ ଜଣାଇବାକୁ ଉଦ୍ଧବ ଓ ସିନ୍ଦେ ଗୋଷ୍ଠୀଙ୍କୁ ପରାମର୍ଶ । ନୂଆ ଚିହ୍ନ ବାଛିବା ପାଇଁ ୧୦ ଅକ୍ଟୋବର ଯାଏଁ ସମୟ ଦେଲେ ନିର୍ବାଚନ କମିଶନ  । ସମାନ ଚିହ୍ନ ପାଇଁ ଦୁଇ ଗୋଷ୍ଠୀ କମିଶନଙ୍କ ଦ୍ୱାରସ୍ଥ ହୋଇଥିଲେ ।

ଆଗାମୀ ପୂର୍ବ ଅନେ୍ଧରୀ ଉପନିର୍ବାଚନ ପାଇଁ ଉଦ୍ଧବ ଓ ସିନେ୍ଧ ଗୋଷ୍ଠୀ କେହି ବି ଶିବସେନାର ଚିହ୍ନ ଧନୁତୀରରେ ଲଢିପାରିବେନି । ସେମାନଙ୍କୁ ଅଲଗା ଅଲଗା ଚିହ୍ନ ପ୍ରଦାନ କରାଯିବ । ଏଥିପାଇଁ ସେମାନେ ୧୦ ଅକ୍ଟୋବର ଦିନ ୧ ଭିତରେ ନିଜ ନିଜ ଦଳୀୟ ଚିହ୍ନ ବିଷୟରେ ଜଣାଇବାକୁ କୁହାଯାଇଛି ।

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଦଳ ଆଜି ନିର୍ବାଚନ ଆୟୋଗଙ୍କୁ ଭେଟି ଦଳର ‘ଧନୁ ଓ ତୀର’ ପୋଲ ପ୍ରତୀକ ପାଇଁ ଦାବି କରିଥିଲେ । ଏହା ପରେ କମିସନ ଉଦ୍ଧବ ଠାକରେଙ୍କୁ ଜବାବ ରଖିବାକୁ ନୋଟିସ ଜାରି କରିଥିଲେ । ଏହାର ଜବାବରେ ଉଦ୍ଧବ ଗୋଷ୍ଠୀ ପକ୍ଷରୁ କୁହାଯାଇଥିଲା ଯେ ବିଦ୍ରୋହୀ ବିଧାୟକମାନେ ସ୍ବେଚ୍ଛାରେ ଶିବସେନା ଛାଡ଼ିଛନ୍ତି । ଏଣୁ ସେମାନଙ୍କୁ ଶିବସେନାର ନିର୍ବାଚନୀ ଚିହ୍ନ ଧନୁତୀର ମିଳିପାରିବ ନାହିଁ ।