କନକ ବ୍ୟୁରୋ: ଭିଜିଲାନ୍ସ ଜାଲରେ ଖୋର୍ଦ୍ଧା ବାଲୁଗାଁ ଅବକାରୀ ଏଏସଆଇ । ଆୟଠାରୁ ଅଧିକ ସମ୍ପତ୍ତି ଠୁଳ ଅଭିଯୋଗରେ ସୁଦୀପ୍ତ ଦାସଙ୍କ ଘରେ ଚଢାଉ କରୁଛି ଭିଜିଲାନ୍ସ । ଏକକାଳୀନ ୪ଟି ସ୍ଥାନରେ ରେଡ୍ କରାଯାଉଛି ।

Advertisment

ନୟାଗଡ଼ରେ ଥିବା ସୁଦୀପ୍ତଙ୍କ ପୈତୃକ ଘର ଓ ଭଡାରେ ଦିଆଯାଇଥିବା ଘର, ବାଲୁଗାଁରେ ରହୁଥିବା ଘରେ ମଧ୍ୟ ରେଡ୍ କରୁଛି ଭିଜିଲାନ୍ସ । ସେହିପରି ବାଲୁଗାଁ ଅବକାରୀ ଅଫିସ୍ରେ ମଧ୍ୟ ରେଡ୍ ଚାଲିଛି । ଚଢାଉରେ ୪ ଜଣ ଡିଏସପି ଓ ୬ ଜଣ ଇନ୍ସପେକ୍ଟର ସାମିଲ ହୋଇଛନ୍ତି ।