କନକ ବ୍ୟୁରୋ: ବେଆଇନ ଭାବେ ବାଲି ବୋହୁଥିବା ଟ୍ରକକୁ ଅଟକାଇବାରୁ ମାଫିଆଙ୍କ ଆକ୍ରୋଶର ଶିକାର ହେଲେ ମହିଳା ପୁଲିସ ଅଧିକାରୀ । ଏକାବେଳକେ ବାଲି ମାଫିଆ ଓ ଟ୍ରକ ଡ୍ରାିଭର ମିଶି ୨ ମହିଳା ଇନ୍ସପେକ୍ଟରଙ୍କ ସହ ଜଣେ ଖଣି ବିଭାଗ ଅଧିକାରୀଙ୍କୁ ଗୋଡେଇ ଗୋଡେଇ ପିଟିଲେ । ସେମାନଙ୍କୁ ଦେଖି ସୁରକ୍ଷା ଦେବାକୁ ଆସିଥିବା ୨ ଡର୍ଜନ୍ ପୁଲିସ କର୍ମୀ ଛତ୍ରଭଙ୍ଗ ଦେଇ ଦୌଡି ପଳାଇଥିଲେ । ଏପରି ଅଭାବନୀୟ ଘଟଣା ଘଟିଛି ପାଟଣା ବିହଟା ଥାନା ଅନ୍ତର୍ଗତ ପରେବସୋନ୍ ଘାଟରେ ।

Advertisment

ସୂଚନା ମୁତାବକ, ଏହି ଅଞ୍ଚଳରେ ବାଲି ମାପିଆଙ୍କ ପ୍ରାଦୁର୍ଭାବ ବଢୁଥିବାରୁ ଯାଞ୍ଚ କରିବାକୁ ପହଞ୍ଚିଥିଲେ ଖଣି ବିଭାଗ ଅଧିକାରୀ ଓ ପୋଲିସ ଅଧିକାରୀ । ସେଠାରେ ବାଲି ବୋଝେଇ ହୋଇଥିବା ୧୫୦ଟି ଟ୍ୟକକୁ ଜବତ କରିଥିଲେ । ହେଲେ ଏତିକିବେଳେ ଅତର୍କିତ ଭାବେ ଆକ୍ରମଣ କରିଥିଲେ ବାଲି ମାଫିଆ ଓ ଟ୍ରକ ଡ୍ରାଇଭର । ଦୁଇ ମହିଳା ଇନ୍ସପେକ୍ଟରଙ୍କୁ ଅତି ଦୟନୀୟଭାବେ ମାଡ ମାରିବାରୁ ସେମାନଙ୍କ ଅବସ୍ଥା ଗୁରୁତର ହୋଇପଡିଥିବା ଜଣାପଡିଛି ।

ଘଟଣାର ତଦନ୍ତ କରି ପୁଲିସ ଏବେ ସୁଦ୍ଧା ଏହି ଘଟଣାରେ ୪୪ ଜଣଙ୍କୁ ଗିରଫ କରି ସାରିଲାଣି। ତେବେ ଯେଉଁମାନେ ଘଟଣାରେ ସଂପୃକ୍ତ ରହି ମଧ୍ୟ ଖସି ପଳାଇଛନ୍ତି ସେମାନଙ୍କୁ ଖୋଜିବାକୁ ପୁଲିସ୍‌ ତନାଘନା ଚଳାଇଛି ।