ପୁରୀ ବ୍ୟୁରୋ, କନକ ନ୍ୟୁଜ୍ : ବାଲିର ବିଶ୍ୱକର୍ମାଙ୍କ ଆଉ ଏକ ବିଶ୍ୱ ରେକର୍ଡ । ଆଜି ପୁରୀ ବେଳାଭୁମିରେ ଶହେ ରଥର ପଶରା ମେଲିଛନ୍ତି ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ଯାହାକି  ଲିମକା ବୁକ୍ ଅଫ୍ ୱର୍ଲଡ ରେକର୍ଡସରେ ସ୍ଥାନ ପାଇଛି । ସେପଟେ ଏହି ରଥର ପଶରା ବାହୁଡା ପର୍ଯ୍ୟନ୍ତ ଦର୍ଶକଙ୍କ ପାଇଁ ଖୋଲା ରହିବ ବୋଲି ସୁଦର୍ଶନ କହିଛନ୍ତି  ।

Advertisment

ତେବେ ନିର୍ଦ୍ଦିଷ୍ଟ ସମୟ ସାରଣୀ ଭିତରେ ସୁଦର୍ଶନ ଓ ତାଙ୍କ ସାଥୀ କଳାକାର ମିଶି ଏହି ବାଲିର ରଥ ତିଆରି କରିଛନ୍ତି । ଅପରାହ୍ନ ସୁଦ୍ଧା ଶହେ ରଥରେ ଶେଷ ସ୍ପର୍ଶ ଦେଇଥିଲେ ସୁଦର୍ଶନ । ଏକ ବର୍ଣ୍ଣାଢ୍ୟ ଉତ୍ସବରେ ସଂସ୍କୃତି ମନ୍ତ୍ରୀଙ୍କ ଉପସ୍ଥିତିରେ ବାଲି ରଥର ପଶରା ଉଦଘାଟନ ହୋଇଥିଲା  ।

ମହୋଦଧି କୂଳରେ ମହୋତ୍ସବର ଆସର ଦେଖନ୍ତୁ ଏହି ଭିଡିଓରେ :