କରମଣ୍ଡଳ ଟ୍ରେନ୍ ଦୁର୍ଘଟଣା ପରେ ବଢୁଛି ରେଳମନ୍ତ୍ରୀଙ୍କ ଇସ୍ତଫା ଦାବି, ଜାଣନ୍ତୁ କଣ ଉତ୍ତର ରଖିଲେ ରେଳମନ୍ତ୍ରୀ

1,701

କନକ ବ୍ୟୁରୋ : ବାଲେଶ୍ୱର ଜିଲ୍ଲା ବାହାନଗା ଠାରେ ହୋଇଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣାରେ ୨୬୧ ଜଣଙ୍କର ମୃତ୍ୟୁ ହୋଇଛି । ଏହାସହ ପାଖାପାଖି ୧ହଜାର ଲୋକ ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ସେପଟେ ଉଦ୍ଧାର କାର୍ଯ୍ୟ ଶେଷ ହୋଇଛି । ଖବର ପାଇଁ ରେଳମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ ଦୁର୍ଘଟଣା ସ୍ଥଳରେ ପହଂଚିଛନ୍ତି । ସେଠାରେ ସେ ଘଟଣା ସଂପର୍କରେ ସାଧାରଣ ଲୋକ, ରେଳଯାତ୍ରୀ ଓ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ଏସବୁ ଭିତରେ ବିରୋଧୀଦଳମାନେ ସଂପୃକ୍ତ ଘଟଣାକୁ ନେଇ ରେଳମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି । ଏନେଇ ଗଣମାଧ୍ୟମ ପ୍ରତିନିଧି ରେଳମନ୍ତ୍ରୀ ଅଶ୍ୱନୀ ବୈଷ୍ଣବଙ୍କୁ ଏ ବାବଦରେ ପ୍ରଶ୍ନ ପଚାରିଥିଲେ । ଏହାର ଉତ୍ତରରେ ରେଳମନ୍ତ୍ରୀ କହିଛନ୍ତି କି, ଏହି ଘଟଣାରେ ମାନବୀୟ ସମ୍ବେଦନାର ବହୁତ ଆବଶ୍ୟକତା ରହିଛି । ଏହାସହ ଆମର ପ୍ରଥମ କାର୍ଯ୍ୟ ହେଉଛି କି ଉଦ୍ଧାର କାର୍ଯ୍ୟ ଜାରି ରଖିବା ସହ ଆହତ ମାନଙ୍କ ଚିକିତ୍ସା ବାବଦରେ ସୂଚନା ନେବା । ଏହାସହ ସୁରକ୍ଷିତ ଥିବା ରେଳଯାତ୍ରୀଙ୍କ ନିକଟରେ ସହାୟତା ପହଂଚାଇବା ଉପରେ ଗୁରୁତ୍ୱ ଦେଇଛନ୍ତି ରେଳମନ୍ତ୍ରୀ ।

ସେପଟେ ଦୁର୍ଘଟଣା ପଛରେ କିଛି ଷଡଯନ୍ତ୍ର ରହିଛି କି ବୋଲି ପ୍ରଶ୍ନର ଉତର ଦେଇ ରେଳମନ୍ତ୍ରୀ କହିଛନ୍ତି କି, ସମ୍ପୂର୍ଣ୍ଣ ଘଟଣାର ଯାଂଚ ପରେ ଏସବୁ ବାବଦରେ କୁହାଯାଇପାରିବ । ରେଳମନ୍ତ୍ରୀଙ୍କ କହିବା ମୁତାବକ ଘଟଣାର ଯାଂଚ ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି । ଏହି କମିଟି ପୂରା ମାମଲାର ଯାଂଚ କରିବ ।