ଫକୀର ମୋହନ ବିଶ୍ୱବିଦ୍ୟାଳୟରେ ଅଜବ ନୀତି । ସ୍ନାତକୋତ୍ତର ଛାତ୍ରଛାତ୍ରୀଙ୍କୁ ମିଳୁନି ଓଟିଇଟି ଅନୁମତି, ପ୍ରତିବାଦରେ ରାତିସାରା ଜିଲ୍ଲାପାଳଙ୍କ ଅଫିସ ଆଗରେ ଧାରଣା ।

247

କନକ ବ୍ୟୁରୋ : ଫକୀର ମୋହନ ବିଶ୍ୱବିଦ୍ୟାଳୟରେ ଛାତ୍ର ଅଶାନ୍ତି । ଇଂଟିଗ୍ରେଟେଡ୍ ବିଏଡ୍ ଓ ଏମଏଡ୍ ଛାତ୍ରଛାତ୍ରୀଙ୍କୁ ମିଳୁନି ଓଟିଇଟି ପରୀକ୍ଷା ଦେବାର ସୁଯୋଗ । ଛାତ୍ରଛାତ୍ରୀ ମାନେ ଫକୀରମୋହନ ବିଶ୍ୱବିଦ୍ୟାଳୟରେ ରେଗୁଲାର ଛାତ୍ରଛାତ୍ରୀ ଭାବେ କୋର୍ସ ଫି ଦେଇ ପାଠ ପଢୁଛନ୍ତି । ହେଲେ ଏମାନଙ୍କୁ ଓଟିଇଟି ପରୀକ୍ଷା ପାଇଁ ଅଯୋଗ୍ୟ ବୋଲି କୁହାଯାଇଛି । ଯାହାକୁ ନେଇ ପ୍ରତିବାଦକୁ ଓହ୍ଲାଇଛନ୍ତି ଛାତ୍ରଛାତ୍ରୀ । ଆନ୍ଦୋଳନକାରୀଙ୍କୁ ଜିଲ୍ଲାପାଳ ଆଶ୍ୱାସନା ଦେଇଥିଲେ ମଧ୍ୟ କୌଣସି ପଦକ୍ଷେପ ନେଇନାହାନ୍ତି । ଏସବୁର ପ୍ରତିବାଦରେ ଜିଲ୍ଲାପାଳଙ୍କ ଅଫିସ ଆଗରେ ପ୍ରତିବାଦରେ ବସିଛନ୍ତି । ସବୁଠାରୁ ବଡ କଥା ହେଉଛି ରାତିସାରା ଧାରଣା ଦେଇଥିଲେ ଛାତ୍ରଛାତ୍ରୀ ।