ମଧୁଆପଲ୍ଲୀ ମଠ ନିକଟରେ ଯୁବକଙ୍କୁ ଗୁଳିମାରି ହତ୍ୟା। ବିଳମ୍ବିତ ରାତିରେ ବୋମାମାଡ ସହ ଗୁଳିମାରି ହତ୍ୟା କଲେ ୭ରୁ ୮ ଦୁର୍ବୃତ୍ତ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟାକାଣ୍ଡ ସନ୍ଦେହ

126

କନକ ବ୍ୟୁରୋ: ବାଙ୍କି ମଧୁଆପଲ୍ଲୀ ମଠ ନିକଟରେ ବୋମା ଓ ଗୁଳିମାଡ । ଘଟଣାସ୍ଥଳରେ ଯୁବକଙ୍କ ମୃତଦେହ ଉଦ୍ଧାର । ମୃତକ ଜଣକ ହେଲେ ମଣିପୁର ଗାଁର ଅର୍ଜୁନ ବଳିଆରସିଂହ । ମିଳିଥିବା ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ୭ରୁ ୮ ଜଣ ଦୁବୃର୍ତ୍ତ ତାଙ୍କୁ ଘରୁ ଉଠାଇ ଆଣିଥିଲେ । ଘରଠାରୁ ପ୍ରାୟ ଦୁଇ କିଲୋମିଟର ଦୂରରେ ଅର୍ଜୁନ ଉପରକୁ ଗୁଳିମାଡ କରି ହତ୍ୟା କରିଥିଲେ ସେମାନେ । ତେବେ ପୂର୍ବ ଶତ୍ରୁତାରୁ ତାଙ୍କୁ ହତ୍ୟା କରାଯାଇଥିବା କୁହାଯାଉଛି । ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଂଚିବା ସହ ନାୟଗଡ-କଟକ ରାସ୍ତାରେ ଛାନଭିନ୍ ଜାରି ରଖିଛି ।