ପ୍ରେମୀଯୁଗଳଙ୍କୁ ନାଲି ଆଖି ଦେଖାଇଲା ବଜରଙ୍ଗ ଦଳ ! କହିଲା, ଅଶ୍ଲୀଳତା ଦେଖିଲେ ମାଡ ମାରିବାକୁ ପଛାଇବୁ ନାହିଁ

48

କନକ ବ୍ୟୁରୋ : ପ୍ରେମୀ ଯୁଗଳଙ୍କୁ ଚେତାବନୀ । ଭାଲେଂଟାଇନ ଡେ’କୁ ବିରୋଧ କରି ଚେତାବନୀ ଦେଇଛି ବଜରଙ୍ଗ ଦଳ । ଅଶ୍ଳୀଳତାକୁ ପ୍ରଶୟ ଦିଆଯିବନି । ଯଦି ସର୍ବସାଧାରଣ ସ୍ଥାନରେ ପ୍ରେମିକ ପ୍ରେମିକାମାନେ ଏପରି ଆଚରଣ କରିବେ, ସେମାନଙ୍କ ଉପରେ ଆକ୍ରମଣ କରିବାକୁ ପଛେଇବ ନାହିଁ ବୋଲି ଧମକ ଦେଇଛି ବଜରଙ୍ଗ ଦଳ । ତେବେ ଏଭଳି ଆକ୍ରମଣାତ୍ମକ ଆଭିମୁଖ୍ୟକୁ ପସନ୍ଦ କରିନାହାନ୍ତି ସାମାଜିକ କର୍ମୀ ।

ଭାଲେଂଟାଇନ୍ ଡେ’ ପାଳନକୁ ବଜରଙ୍ଗ ଦଳର ବିରୋଧ । ସର୍ବସାଧାରଣ ସ୍ଥାନରେ ପ୍ରେମିକ-ପ୍ରେମିକା ଏହି ଦିନକୁ ପାଳନ କଲେ ଆକ୍ରମଣ କରିବାକୁ ପଛେଇବ ନାହିଁ ବୋଲି ଧମକ ଦେଇଛି ବଜରଙ୍ଗ ଦଳ । ଅଶ୍ଲୀଳତାକୁ ପ୍ରଶୟ ଦିଆଯିବନି ବୋଲି କହିଛନ୍ତି ବଜରଙ୍ଗ ଦଳ ଜାତୀୟ ଆବାହକ ସୁବାସ ଚୌହାନ । ଭାରତୀୟ ସଂସ୍କୃତିରେ ଭାଲେଣ୍ଟାଇନ ଡେ ର କୌଣସି ଯର୍ଥାଥତା ନାହିଁ । କିନ୍ତୁ ଭାଲେଣ୍ଟାଇନ ଡେରେ ପ୍ରେମକୁ ଯେଉଁଭଳି ଢଙ୍ଗରେ ଉପସ୍ଥାପନା କରାଯାଉଛି ତାହାକୁ ବଜରଙ୍ଗ ଦଳ ବିରୋଧ କରୁଛି ବୋଲି ସୁବାସ ଚୌହାନ କହିଛନ୍ତି ।

ବଜରଙ୍ଗ ଦଳର ଏଭଳି ଆକ୍ରମଣାତ୍ମକ ଆଭିମୁଖ୍ୟକୁ ପସନ୍ଦ କରିନାହାନ୍ତି ସାମାଜିକ କର୍ମୀ । ଅଶ୍ଳୀଳତା ପ୍ରଦର୍ଶନକୁ ବିରୋଧ କରିବା ସହ ପ୍ରେମର ଦିନକୁ ପାଳନ କରିବା ପାଇଁ ଯୁବପୀଢିଙ୍କୁ ସୁଯୋଗ ଦେବା ପାଇଁ ମତ ଦେଇଛନ୍ତି । ଫେବ୍ରୁଆରୀ ୧୪ ତାରିଖରେ ସାରା ବିଶ୍ୱରେ ପାଳନ ହୋଇଥାଏ ଭାଲେଂଟାଇନ୍ ଡେ’ । ଫୁଲ, ଚକୋଲେଟ୍ ଓ ବିଭିନ୍ନ ଉପହାର ଆଦନ ପ୍ରଦାନ କରି ଏହି ଉତ୍ସବକୁ ବେଶ ଉତ୍ସାହର ସହ ପାଳନ କରିଥାନ୍ତି ଯୁବପୀଢି । ତେବେ ବଜରଙ୍ଗ ଦଳ ସମେତ କିଛି ସଂଗଠନ ଏହାକୁ ବିରୋଧ କରଆସୁଛନ୍ତି ।