କନକ ବ୍ୟୁରୋ : ମଧ୍ୟପ୍ରଦେଶରେ ବିଜେପିକୁ ବଡ ଝଟକା । କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଅତ୍ୟନ୍ତ ଘନିଷ୍ଠ ସହଯୋଗୀ ବୈଜନାଥ ଯାଦବ କଂଗ୍ରେସର ହାତ ଧରିଛନ୍ତି । ଗତ ୨୦୨୦ରେ ଶିବପୁରୀରେ ସିନ୍ଧିଆଙ୍କ ସହ ବୈଜନାଥ ବିଜେପିରେ ସାମିଲ ହୋଇଥିଲେ । କିନ୍ତୁ ବିଧାନସଭା ନିର୍ବାଚନ ପୂର୍ବରୁ ପୁଣିଥରେ ନିଜର ପୁରୁଣା ଘରକୁ ଫେରିଛନ୍ତି ବୈଜନାଥ । କେବଳ ବୈଜନାଥ ନୁହଁନ୍ତି ବରଂ ତାଙ୍କର ଶହ ଶହ ସମର୍ଥକ ମଧ୍ୟ କଂଗ୍ରେସରେ ସାମିଲ ହୋଇଛନ୍ତି ।
ମଧ୍ୟପ୍ରଦେଶ କଂଗ୍ରେସ ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥ ଓ ବରିଷ୍ଠ ନେତା ଦିଗବିଜୟ ସିଂଙ୍କ ଉପସ୍ଥିତିରେ ବୈଜନାଥ କଂଗ୍ରେସରେ ସାମିଲ ହୋଇଛନ୍ତି । କଂଗ୍ରେସ ପକ୍ଷରୁ ଏକ ଟ୍ୱିଟ୍ କରି କୁହାଯାଇଛି ଯେ, କମଲନାଥଙ୍କ ନେତୃତ୍ୱରେ ପ୍ରଭାବିତ ହୋଇ ବିଜେପି ନେତା ବୈଜନାଥ ଯାଦବ କଂଗ୍ରେସରେ ସାମିଲ ହୋଇଛନ୍ତି । ମଧ୍ୟପ୍ରଦେଶରେ ଚାଲିଥିବା ଜଙ୍ଗଲରାଜର ଅନ୍ତ ଅଭିଯାନରେ ଆପଣଙ୍କୁ ସ୍ୱାଗତ ।
प्रदेश कांग्रेस अध्यक्ष कमलनाथ जी के नेतृत्व से प्रभावित होकर बीजेपी नेता बैजनाथ सिंह यादव जी ने अपने सैकडों साथियों के साथ कांग्रेस पार्टी की सदस्यता ग्रहण की।
मध्यप्रदेश से जंगलराज को मिटाने के इस अभियान में आपका स्वागत है।
"जय कांग्रेस, विजय कांग्रेस" pic.twitter.com/wuKcT08cVk
— MP Congress (@INCMP) June 14, 2023
ମଧ୍ୟପ୍ରଦେଶରେ ଚଳିତବର୍ଷ ଶେଷ ଆଡକୁ ନିର୍ବାଚନ ହେବ ।ବିଜେପି କ୍ଷମତା ବଜାୟ ରଖିବାକୁ ଉଦ୍ୟମ କରୁଥିବା ବେଳେ କଂଗ୍ରେସ ସରକାରକୁ କମବ୍ୟାକ କରିବାକୁ ଲକ୍ଷ୍ୟ ରଖିଛି । ଏହାପୂର୍ବରୁ ୨୦୧୮ରେ ମଧ୍ୟପ୍ରଦେଶରେ ହୋଇଥିବା ବିଧାନସଭା ନିର୍ବାଚନରେ କଂଗ୍ରେସ ସବୁଠାରୁ ବଡ ଦଳ ଭାବେ ଉଭା ହୋଇଥିଲା । ଏପରିକି କଂଗ୍ରେସ ସରକାର ମଧ୍ୟ ଗଢିଥିଲା । କିନ୍ତୁ ୨୦୨୦ରେ ସିନ୍ଧିଆଙ୍କ ସହ କିଛି ବିଧାୟକ ମିଶି କଂଗ୍ରେସ ସହ ବିଦ୍ରୋହ କରିଥିଲେ । ପରେ ବିଜେପିରେ ସାମିଲ ହୋଇଥିଲେ । ବିଦ୍ରୋହ କରିଥିବା ବିଧାୟକ ଇସ୍ତଫା ଦେବା ପରେ କମଲନାଥଙ୍କ ସରକାର ଭାଙ୍ଗି ଯାଇଥିଲା ଏବଂ ବିଜେପି ସରକାର ଗଢିବାକୁ ସୁଯୋଗ ପାଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/06/Fykc2OZWcAANI9H.jpg)