ବିଜେଡିକୁ ବୈଜୟନ୍ତଙ୍କ ତେରଛା ବାଣ । ବାଦବିବାଦ ଓ ରାଜନୈତିକ ଛକାପଂଝା ଭିତରେ ପାନୀୟଜଳ ପ୍ରକଳ୍ପ ଉଦଘାଟନ 

47

କନକ ବ୍ୟୁରୋ : ଆଜି ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ବୁହାଳୋ ଗାଁରେ ପାନୀୟ ଜଳ ପ୍ରକଳ୍ପ ଲୋକାର୍ପଣ କରିଛନ୍ତି ସାଂସଦ ବୈଜୟନ୍ତ ପଣ୍ଡା । ତାଙ୍କୁ ଭବ୍ୟସମ୍ବର୍ଧନା ଦେଇ ପାଛୋଟି ଆଣିଥିଲେ ସ୍ଥାନୀୟ ଲୋକେ । ବିଶାଳ ସମାବେଶରେ ସ୍ଥାନୀୟ ଅଂଚଳ ପାଇଁ ବିକାଶ ପାଇଁ ସବୁ ବେଳେ ସେ କାମ କରି ଆସିବେ ବୋଲି କହିଛନ୍ତି । ଏହି ଅବସରରେ ପୂର୍ବରୁ ତାଙ୍କୁ ହୋଇଥିବା ଆକ୍ରମଣ ହୋଇଥିବା ନେଇ ପ୍ରତିକ୍ରିୟା ରଖିଛନ୍ତି । ଏହା ସହ ଆଗାମୀ ଦିନରେ ଏହି ମାହାଙ୍ଗା ଅଂଚଳବାସୀ କିଏ ପାଣି ପାଇଁ କାମ କରିଛି ଏବଂ କିଏ ପାଣି ରୋକିଛି ଜାଣିପାରିବେ ବୋଲି ପରୋକ୍ଷରେ ବିରୋଧୀଙ୍କୁ ସମାଲୋଚନା କରିଛନ୍ତି । ସାଂସଦ ପାଣ୍ଠିରୁ ସ୍ଥାନୀୟ ଅଂଚଳର ପାନୀୟ ଜଳ ସମସ୍ୟା ସମାଧାନ ପାଇଁ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହୋଇଛି । ତେବେ ପରିସ୍ଥିତିକୁ ଧ୍ୟାନରେ ରଖି ବ୍ୟାପକ ପୋଲିସ ମୁତୟନ କରାଯାଇଥିଲା ।

ସ୍ଥାନୀୟ ଅଂଚଳର ପାନୀୟ ଜଳ ସମସ୍ୟା ସମାଧାନ ପାଇଁ ସାଂସଦ ପାଣ୍ଠିରୁ କେନ୍ଦ୍ରାପଡା ଲୋକସଭା ନିର୍ବାଚନ ମଣ୍ଡଳୀରେ ଏପରି ପ୍ରକଳ୍ପ କାର୍ୟ୍ୟକାରୀ ହେଉଛି ।ଅନ୍ୟପଟେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବା ସମ୍ଭାବନା ଥିବାରୁ ସଭାସ୍ଥଳରେ ବହୁସଂଖ୍ୟାରେ ସୁରକ୍ଷାକର୍ମୀ ମୁତୟନ ହୋଇଥିଲେ । ପୂର୍ବରୁ ଗୋଟିଏ ଗୋଷ୍ଠୀ ସାସଂସଦଙ୍କ କାର୍ୟ୍ୟକ୍ରମକୁ ବିରୋଧ କରିବେ ବୋଲି ଚେତାବନୀ ଦେଇଥିଲେ । ଏହାକୁ ନେଇ ସ୍ଥାନୀୟ ରାଜନୀତି ସରଗରମ ହୋଇଛି ।  ପୂର୍ବରୁ ମଧ୍ୟ ଏମିତି ଏକ ଜଳ ପ୍ରକଳ୍ପ ଲୋକାର୍ପଣ ଉତ୍ସବରେ ସାମିଲ ହେବାକୁ ଯାଇଥିବା ବେଳେ ବୈଜୟନ୍ତ ପଣ୍ଡାଙ୍କୁ ବିରୋଧର ସାମ୍ନା କରିବାକୁ ପଡିଥିଲା । ବିରୋଧୀ ସାଂସଦଙ୍କୁ ଅଣ୍ଡାମାଡ କରିଥିଲେ । ତେବେ ଆଜିର କାର୍ୟ୍ୟକ୍ରମ ଶାନ୍ତିଶୃଙ୍ଖଳାରେ ଆୟୋଜିତ ହେବ ବୋଲି ଆୟୋଜକ କହିଥିଲେ । ସେପଟେ ସାଂସଦଙ୍କୁ ବିରୋଧ କରି ମହିଳା ମାନେ ନୀରବ ପ୍ରତିବାଦ କରିଥିଲେ ।

ଆଇନଶୃଙ୍ଖଳା ଦୃଷ୍ଟିରୁ କାର୍ୟ୍ୟକ୍ରମକୁ ବାତିଲ କରିବା ପାଇଁ କଟକ ଜିଲ୍ଲାପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ନିଶ୍ଚିନ୍ତକୋଇଲି ବ୍ଲକ ବିଜେଡି ସଭାପତି । ସାଂସଦ ଜନତାଙ୍କ ସହ ସମ୍ପର୍କ ରଖିନଥିବାରୁ ଜନ ଅସନ୍ତୋଷ ରହିଥିବା ଚିଠିରେ ଉଲ୍ଲେଖ କରିଥିଲେ ବ୍ଲକ ବିଜେଡି ସଭାପତି । ଏହି ଚିଠିରେ ବ୍ଲକର ଅନ୍ୟ କେତେକ କର୍ମକର୍ତାଙ୍କ ଦସ୍ତଖତ ରହିଥିଲା।

ସାଂସଦ ବିରୋଧୀ ବ୍ୟକ୍ତିଙ୍କ ସହାୟତାରେ ଲୋକାର୍ପଣ କାର୍ୟ୍ୟକ୍ରମର ଆୟୋଜନ କରୁଥିବା କହିଥିଲେ ବ୍ଲକ ବିଜେଡି ସଭାପତି । ଫଳରେ ନିଜ ଲୋକସଭା ନିର୍ବାଚନ ମଣ୍ଡଳିରେ ବିରୋଧର ସାମ୍ନା କରିପାରନ୍ତି ସାଂସଦ ବୈଜୟନ୍ତ ପଣ୍ଡା । ନିଶ୍ଚିନ୍ତକୋଇଲିରେ ସାଂସଦଙ୍କୁ ବିରୋଧ କରିବା ପାଇଁ ବିଜେଡିର ଏକ ଗୋଷ୍ଠୀ ପ୍ରସ୍ତୁତି ହେଉଥିବା ଜଣା ପଡିବା ଏପରି ଆଶଙ୍କା ସୃଷ୍ଟି ହୋଇଥିଲା । ସେପଟେ ଗତକାଲି ବୁହାଲୋ ସରପଂଚ ସାମ୍ବାଦିକ ସମ୍ମିଳନୀ କରି ସାଂସଦଙ୍କୁ ଭବ୍ୟ ସ୍ୱାଗତ କରାଯିବ ଏବଂ ଉଦଘାଟନ କାର୍ୟ୍ୟକ୍ରମ ସୁରୁଖୁରୁରେ ଶେଷ ହେବ ବୋଲି କହିଥିଲେ ।

ଅନ୍ୟପଟେ ବିଜେଡିର ଅନ୍ୟ ଏକ ଗୋଷ୍ଠୀ କାର୍ୟ୍ୟକ୍ରମ ସମୟରେ ଏକ ବିଶାଳ ରାଲିରେ କରିବାର ସୂଚନା ମିଳିଛି । ପୂର୍ବରୁ ମଧ୍ୟ ଏମିତି ଏକ ଜଳ ପ୍ରକଳ୍ପ ଲୋକାର୍ପଣ ଉତ୍ସବରେ ସାମିଲ ହେବାକୁ ଯାଇଥିବା ବେଳେ ବୈଜୟନ୍ତ ପଣ୍ଡାଙ୍କୁ ବିରୋଧର ସାମ୍ନା କରିବାକୁ ପଡିଥିଲା । ବିରୋଧୀ ସାଂସଦଙ୍କୁ ଅଣ୍ଡାମାଡ କରିଥିଲେ ।