ଜାମିନ ନାମଞ୍ଜୁର ପରେ ହାଜତକୁ ଗଲେ ବଡ଼ ଖବର ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସ: ଠକେଇ ଅଭିଯୋଗରେ ଗିରଫ କରିଛି ଇଓଡବ୍ଲୁ

420

କନକ ବ୍ୟୁରୋ: ବଡଖବର ନ୍ୟୁଜ୍ ଚ୍ୟାନେଲର ଏଡିଟର ଅର୍ନ୍ଧେନ୍ଦୁ ଦାସଙ୍କୁ ପୋଲିସ ହେପାଜତରେ ସ୍ୱାସ୍ଥ୍ୟପରୀକ୍ଷା ପାଇଁ ନିଆଯାଉଥିବାର ଦୃଶ୍ୟ । ଅର୍ନ୍ଧେୁନ୍ଦୁ ଜୋର ଜବରଦସ୍ତ କିଛି କହିବାକୁ ଚାହୁଁଛନ୍ତି, ଏପଟେ ପୋଲିସ ଅଧିକାରୀ ମାନେ ତାଙ୍କୁ ଅଟକାଇବାକୁ ଚେଷ୍ଟା କରୁଛନ୍ତି । ଓଡିଶା ଗଣମାଧ୍ୟମ ଜଗତରେ ପୂର୍ବରୁ ବୋଧହୁଏ ଏଭଳି କେବେ ଘଟିନଥିଲା । ବୁଧବାର ବିଳମ୍ବିତ ରାତିରେ ଓଡଗାଁରୁ ଉଠାଇ ଆଣିଥିଲେ କ୍ରାଇମବ୍ରାଂଚ ଅର୍ଥନୈତିକ ଅପରାଧ ଶାଖାର ପୁଲିସ ଅଧିକାରୀ । କାରଣ ତାଙ୍କ ନାଁରେ ୪ଟି ମାମଲା ରୁଜୁ ହୋଇଛି । କିନ୍ତୁ ଅର୍ନ୍ଧେୁନ୍ଦୁଙ୍କୁ ଏଭଳି ନିଆଯିବା ସମୟରେ ସେ କହିବାକୁ ଚାହୁଁଛନ୍ତି ଯେ, ସରକାର ଜାଣିଶୁଣି ତାଙ୍କୁ ଟାଗେର୍ଟ କରୁଛନ୍ତି, କାରଣ ସରକାରଙ୍କ ଭୁଲ ତ୍ରୁଟିକୁ ସେ ତାଙ୍କ ଟିଭିରେ ଦେଖାଇଛନ୍ତି ।

କ୍ରାଇମବ୍ରାଂଚ ଅର୍ଥନୈତିକ ଅପରାଧ ଶାଖା ନିକଟରେ ଦିଲ୍ଲୀର ଜଣେ ବ୍ୟବସାୟୀ ଗଗନଦ୍ୱୀପ ସିଂ ଚାୱଲା ଅଭିଯୋଗ କରିଥିଲେ, ଟିଭି ଚ୍ୟାନେଲ ଖୋଲିବା ପାଇଁ ଅର୍ନ୍ଧେନ୍ଦୁ , ବୈଦୁତିକ ସରଞ୍ଜାମ ବାବଦରେ କୋଟିଏ ୪୭ ହଜାର ଟଙ୍କାର ସାମଗ୍ରୀ ନେଇଥିଲେ କିନ୍ତୁ କେବଳ ୧୦ ଲକ୍ଷ ଟଙ୍କା ହିଁ ଦେଇଥିଲେ । ୨୦ ମାସ ଧରି ଟଙ୍କା ନ ପାଇବା ଫଳରେ ସେ କ୍ରାଇମବ୍ରାଂଚର ଦ୍ୱାରସ୍ତ ହୋଇଥିଲେ । ଏହି ମାମଲାରେ ଅର୍ନ୍ଧେନ୍ଦୁ କହୁଛନ୍ତି ଗଗନଦୀପ ନକଲି ଜିନିଷ ଦେଇଥିଲେ ଏବଂ ସାମଗ୍ରୀର ଦରକୁ ନେଇ ବିବାଦ ରହିଥିଲା । ସେହିପରି ଆଉ ଏକ ମାମଲା ହୋଇଛି କଟକ ପୁରୀ ଘାଟ ଥାନାରେ । ପ୍ଲାଏ ବାବଦରେ ୬ ଲକ୍ଷ ୫୯ ହଜାର ଟଙ୍କା ଦେଇନାହାନ୍ତି ବୋଲି ଅଭିଯୋଗ ହୋଇଛି । ସେପଟେ ଯେଉଁ ଘରେ ଟିଭି ଚ୍ୟାନେଲ ଚାଲିଥିଲା ସେହି ଘରର ୫ଲକ୍ଷ ୮୫ ହଜାର ଟଙ୍କା ଭଡା ଦେଇନଥିବାରୁ ଘର ମାଲିକ ଗୋଟିଏ କେସ୍ କରିଛନ୍ତି । ଏମିତି ଅର୍ନ୍ଧେନ୍ଦୁଙ୍କ ବିରୋଧରେ ୪ଟି କେସ୍ ରୁଜୁ ହୋଇଛି ।