ଗାଁକୁ ଭଲ ରାସ୍ତା ନାହିଁ ! ଅନଲାଇନରେ ଅଭିଯୋଗ କରିପାରିବେ, ଜାଣନ୍ତୁ ପୁରା ପ୍ରକ୍ରିୟା

76

ସ୍ୱାଧୀନତାର ଏତେ ବର୍ଷ ପରେ ମଧ୍ୟ ଦେଶର ପ୍ରାୟ ଗାଁକୁ ଗମନାଗମନର ସୁବିଧା ହୋଇପାରି ନାହିଁ । ରାଜ୍ୟ ସରକାର ତଥା କେନ୍ଦ୍ର ସରକାର ସବୁ ଗାଁକୁ ପକ୍କା ରାସ୍ତା କରିବା ପାଇଁ ବିଭିନ୍ନ ଯୋଜନାମାନ ପ୍ରଣୟନ କରୁଛନ୍ତି । ତଥାପି ବଦଳିପାରୁନି ଗାଁ ଗୁଡ଼ିକର ଚିତ୍ର । ଆମେ ଆମ ରାଜ୍ୟ ଓଡ଼ିଶା ବିଷୟରେ ଆଲୋଚନା କରିବା । ଆପଣମାନେ ଦେଖିଥିବେ ପ୍ରାୟ ଗାଁକୁ ଏବେଯାଏଁ ପକ୍କା ସଡ଼କଟିଏ ନାହିଁ । ରାସ୍ତା ଗୁଡ଼ିକ ଅବସ୍ଥା ଶୋଚନୀୟ ହୋଇପଡ଼ିଛି । ଖାଲଖମାରେ ଭର୍ତ୍ତି ହେବା ସହ ସାମାନ୍ୟ ବର୍ଷା ହେଲେ ରାସ୍ତା କାଦୁଅରେ ପଚପଚ ହୋଇଯାଉଛି । ଯାତାୟାତ ବେଳେ ଲୋକମାନେ ଦୁର୍ଘଟଣାର ଶିକାର ହୋଇ ଆହତ ହେଉଛନ୍ତି । ରାସ୍ତା ନଥିବା ଯୋଗୁଁ କେଉଁ ଗାଁକୁ ଆମ୍ବୁଲାନ୍ସ ଯାଇପାରୁନି ତ ଆଉ କେଉଁଠି ରୋଗୀ ଠିକ ସମୟରେ ମେଡ଼ିକାଲରେ ପହଞ୍ଚିପାରୁନି ।  ରାସ୍ତାର ଅବସ୍ଥାକୁ ଦେଖି ମରାମତି ପାଇଁ ବିଭିନ୍ନ ସମୟରେ ପ୍ରଶାସନକୁ ଜଣାଇଲେ ମଧ୍ୟ କିଛି ସୁଫଳ ମିଳୁନାହିଁ ।

ରାସ୍ତା ଖରାପ ଯୋଗୁଁ ଆଉ ଆପଣଙ୍କୁ ଅସୁବିଧା ହେବ ନାହିଁ । ପ୍ରଶାସନ ଆପଣଙ୍କ କଥା ନଶୁଣିଲେ ଆପଣ ଏବେ ଅନଲାଇନରେ ଅଭିଯୋଗ କରିପାରିବେ । ଅନଲାଇନ୍ ବ୍ୟବସ୍ଥା ଅନୁସାରେ ସରକାର ଦାବି କରିଛନ୍ତି ୬୦ ଦିନ ଭିତରେ ହିଁ ସମସ୍ୟା ସମାଧାନ କରାଯିବ ଓ ରାସ୍ତା ମରାମତି କାମ ଆରମ୍ଭ ହେବ । କେବଳ ସହରରେ ନୁହେଁ ଗାଁ ଗୁଡ଼ିକରେ ମଧ୍ୟ ରାସ୍ତା ଖରାପ ହେଲେ ‘ମେରି ସଡ଼କ୍’ ଆପ ଜରିଆରେ ଅଭିଯୋଗ କରିହେବ । ସର୍ବପ୍ରଥମେ ଆପଣଙ୍କୁ ନିଜ ମୋବାଇଲରେ ‘ମେରି ସଡ଼କ’ ଆପକୁ ଡାଉନଲୋଡ଼୍ କରିବା ପାଇଁ ପଡ଼ିବ । ଆପକୁ ଖୋଲିବା ପରେ ସାମ୍ନାରେ କିଛି ବିକଳ୍ପ ଦେଖାଯିବ । ଏହି ବିକଳ୍ପକୁ ଭରିବା ପରେ ଆପଣଙ୍କ ରେଜିଷ୍ଟ୍ରେସନ ଏହି ଆପରେ ହୋଇଯିବ । କିଛି ସମୟ ପାଇଁ ଏହି ଫଟୋ ଆପଣଙ୍କୁ ଦେଖାଯିବ ।


– ପ୍ରଥମେ ନିଜ ପୁରା ନାମ ଏଥିରେ ଭରନ୍ତୁ ।
– ଏଥିରେ ଆପଣଙ୍କର ଏକ ପାସୱର୍ଡ଼ ମଧ୍ୟ ଦେବାକୁ ପଡ଼ିବ ।
– ଏହାପରେ ଏଥିରେ ଆପଣଙ୍କ ଇମେଲ ଆଇଡ଼ି ଦିଅନ୍ତୁ, ନେହେଲେ ବିକଳ୍ପକୁ ଛାଡ଼ିଦିଅନ୍ତୁ ।
– ଏହିପରିଭାବେ ମୋବାଇଲ ନମ୍ବର, ଠିକଣା ଆଦି ଦେବା ପାଇଁ ପଡ଼ିବ ।
– ତା’ପରେ ସାଇନ୍ ଅପରେ କ୍ଲିକ୍ କରିବା ପରେ ଆପଣଙ୍କ ପଞ୍ଜିକରଣ ସମ୍ପୂର୍ଣ୍ଣ ହୋଇଯିବ । ଏହାପରେ ଓକେ କରିବା ପରେ ନିଜର ମୋବାଇଲ ନମ୍ବର ଦେଇ ସାଇନ୍ ଇନରେ କ୍ଲିକ କରନ୍ତୁ । ଆଉ ଏବେ ତଳେ ଦିଆଯାଇଥିବା ୱିଣ୍ଡୋ ପରି ଫଟୋ ଦେଖାଯିବ ।

ଏଥିରେ ଆପଣଙ୍କୁ Add Feedback ବିକଳ୍ପ ମିଳିବ । ଯେଉଁଠି ଆପଣ ନିଜ ଗାଁର ଖରାପ ରାସ୍ତା ବିଷୟରେ ସରକାରଙ୍କୁ ସୂଚନା ଦେଇପାରିବେ । Add Feedback କ୍ଲିକ୍ କରିବା ପରେ ହିଁ ଆପଣଙ୍କୁ ମୋବାଇଲ ଆପ୍ ଜିପିଏସ୍ ସେଟିଂର ବିକଳ୍ପ ସାମ୍ନାକୁ ଆସିଯିବ । ଯେଉଁଠି ଆପଣ ସେଟିଂକୁ ଯାଇ ଲୋକେସନ ଅନ୍ କରିବା ପାଇଁ ପଡ଼ିବ । ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ କରିବା ପରେ ଆପଣ ଫଟୋ ମାଧ୍ୟମରେ ଗାଁର ସଡ଼କର ବିଷୟରେ ସିଧା ଅନଲାଇନ୍ ଆବେଦନ କରିପାରିବେ । ଏହାପରେ ଆପଣ ଫଟୋ ଉଠାଇ ଫଟୋ ଦିଅନ୍ତୁ । ଏହାବ୍ୟତୀତ ନିଜ ଅଂଚଳର ବିଷୟରେ ମଧ୍ୟ ସୂଚନା ଦେବା ପାଇଁ ପଡ଼ିବ । ରାଜ୍ୟ ନାମ, ଜିଲ୍ଲା , ବ୍ଲକ୍ , ରାସ୍ତା,  ଗାଁ ନାମ ଆଦି ବିଷୟରେ ସବିଶେଷ ବିବରଣୀ ଦେବାକୁ ପଡ଼ିବ । ଅଭିଯୋଗର ୭ ଦିନ ପରେ ରାସ୍ତା ଜବାବ ଆସିଯିବ । ଅନଲାଇନରେ ଅଭିଯୋଗ କରିବାର ୬୦ ଦିନ ଭିତରେ ହିଁ ରାସ୍ତା ମରାମତି କରାଯିବ ବୋଲି କେନ୍ଦ୍ର ସରକାର ଦାବି କରିଛନ୍ତି ।