ସୁସ୍ଥ ହୋଇ ଫେରିଲେ ‘ବଚପନ୍ କା ପ୍ୟାର୍’ ଗୀତର ସିଙ୍ଗର୍ ସହଦେବ ଡିର୍ଡୋ । କିଛି ଦିନ ତଳେ ଭୟଙ୍କର ଦୁର୍ଘଟଣାର ହୋଇଥିଲେ ଶିକାର ।

73

କନକ ବ୍ୟୁରୋ: ବଚପନ୍ କା ପ୍ୟାର୍ ଗୀତ ଗାଇ ରାତାରାତି ସୋସିଆଲ୍ ମିଡିଆରେ ଷ୍ଟାର ପାଲଟିଯାଇଥିବା ସହଦେବ ଡିର୍ଡୋଙ୍କର ଗତ ଡିସେମ୍ବର ୨୮ ତାରିଖରେ ଭୟଙ୍କର ଦୁର୍ଘଟଣା ହୋଇଥିଲା । ଯେଉଁଥିରେ ଗମ୍ଭୀର ଭାବେ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ସହଦେବ । ତେବେ ଖୁସିର କଥା ହେଉଛି ଏବେ ସହଦେବ ଡିର୍ଡୋ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହୋଇ ଘରକୁ ଫେରିବା ସହିତ ନିଜ ଫ୍ୟାନ୍ସ ଓ ଡାକ୍ତରଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ସୋସିଆଲ୍ ମିଡିଆରେ ଏକ ଭିଡିଓ ପୋଷ୍ଟ କରି ସହଦେବ ଲେଖିଛନ୍ତି, ଏହି ଶବ୍ଦ କାଫି ହେବନି, ଆପଣ ସମସ୍ତଙ୍କର ପ୍ରାର୍ଥନା ଏବଂ ସମବେଦନା ପାଇଁ ଧନ୍ୟବାଦ । ହୃଦୟରୁ ଡାକ୍ତର ଦେବେନ୍ଦ୍ର ନାଏକଙ୍କୁ ଧନ୍ୟବାଦ । ତେବେ ଭିଡିଓରେ ହାତଯୋଡି ସହଦେବ ସମସ୍ତଙ୍କୁ ଧନ୍ୟବାଦ ଜଣାଇବା ସହିତ ଏବେ ସେ ସୁସ୍ଥ ଥିବା ସୂଚନା ଦେଇଛନ୍ତି ।

 

View this post on Instagram

 

A post shared by Sahdev Dirdo (@viralboy_sahdev)

ସହଦେବଙ୍କ ଏହି ଭିଡିଓରେ ରାପର ବାଦଶାହ କମେଣ୍ଟ ମଧ୍ୟ କରିଛନ୍ତି । ଆଉ ସହଦେବ ତାଙ୍କୁ ମଧ୍ୟ ହୃଦୟରୁ ଧନ୍ୟବାଦ ଜଣାଇଛନ୍ତି । ତେବେ ଏହି କୁନି ଷ୍ଟାରଙ୍କ ଦୁର୍ଘଟଣା ହେବା ପରେ ପ୍ରଥମ ଷ୍ଟାର ଭାବେ ବାଦଶାହ ଆଗକୁ ଆସିଥିଲେ । ଆଉ ତାଙ୍କର ସ୍ୱାସ୍ଥ୍ୟ ଉପରେ ନଜର ରଖିଥିଲେ । ସୂଚନାଯୋଗ୍ୟ ଯେ, ବାଦଶାହ ଓ ସହଦେବ ଡିର୍ଡୋ ସାଙ୍ଗ ହୋଇ କାମ କରିସାରିଛନ୍ତି । ଦୁହେଁ ବଚପନ୍ କା ପ୍ୟାର ଗୀତରେ ଏକାଠି ନଜର ଆସିଥିଲେ ।