ରଖେ ହରି ତ ମାରେ କିଏ ! ଡାକ୍ତରଖାନାରେ ମୃତ ନବଜାତକ ଘରେ ବଂଚି ଉଠିଲା; ପୁଣି ହସ୍ପିଟାଲରେ ଭର୍ତ୍ତି କଲେ ପରିବାର

 ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ବାରିପଦାକୁ ସ୍ଥାନାନ୍ତର କରିବାକୁ କହିଲେ ଡାକ୍ତର 

219

କନକ ବୁରୋ : ହସ୍ପିଟାଲରେ ମୃତ ଘୋଷଣା କରାଯାଇଥିବା ବେଳେ ନବଜାତକ ପୁଣି ବଂଚି ଉଠିଲା । ଏଭଳି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲାରେ । ସୂଚନା ଅନୁସାରେ ଆଜି ସକାଳୁ କରଂଜିଆ ମେଡିକାଲରେ ଜଣେ ନବଜାତକକୁ ମୃତ କହିବା ପରେ ପରେ ପରିବାର ଲୋକେ ମୃତଦେହକୁ ନେଇ କେନ୍ଦୁଝର ଜିଲ୍ଲା ସହାରପଡା ବ୍ଲକ ଖଡିକାପଦା ଗାଁକୁ ଫେରିଯାଇଥିଲେ ।

ତେବେ ଅନ୍ତିମ ସଂସ୍କାର ପାଇଁ ନେବା ବେଳେ ପରିବାର ଲୋକ ମୃତଦେହକୁ ଦେଖିବାକୁ ଘୋଡାଇଥିବା କପଡା ଖୋଲିଥିଲେ । ତେବେ ନବଜାତକୁ ଜୀବିତ ଥିବା ଦେଖି ବିସ୍ମିତ ହୋଇଯାଇଥିଲେ । ଏହାପରେ ପୁଣି ଶିଶୁକୁ ମୟୂରଭଂଜ ଜିଲ୍ଲା କରଂଜିଆ ମେଡିକାଲରେ ଭର୍ତି କରାଯାଇଛି । ଏହି ଘଟଣା ଏବେ କରଂଜିଆ ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ସଂପୃକ୍ତ ଡାକ୍ତର କହିଛନ୍ତି, ଏ ନେଇ ସେ କିଛି ଜାଣିନାହାନ୍ତିି । ଶିଶୁର ଅବସ୍ଥା ଭଲ ନଥିବାରୁ ତାକୁ ବାରିପଦା ମେଡିକାଲକୁ ପଠାଇ ଦିଆଯିବ ।