ହିମାଳୟର ୧୨ହଜାର ୫୦୦ଫୁଟ ଉଚ୍ଚତା ବିଶିଷ୍ଟ ଦୟାରା ବୁଗ୍ୟାଲ ଆରୋହଣ କଲେ ୨୩ଜଣ ଓଡିଆ: ଉଡାଇଲେ ଜାତୀୟ ପତାକା; ଅଦମ୍ୟ ସାହସିକତାର ଦେଲେ ପରିଚୟ

31

କନକ ବ୍ୟୁରୋ : ହିମାଳୟର ଦୟାରା ବୁଗ୍ୟାଲ ଆରୋହଣ କଲେ ୨୩ଜଣ ଓଡିଆ । ଜାନୁଆରୀ ୨୪ ତାରିଖରେ ୧୨ହଜାର୫୦୦ଫୁଟ ଉଚ୍ଚତା ଦୟାରା ବୁଗ୍ୟାଲ ଶୀର୍ଷରେ ୫ରୁ ୧୦ ଡିଗ୍ରି ତାପମାତ୍ରାରେ ପ୍ରତିଭା ଅନ୍ୱେଷଣ ସଂସ୍ଥା କଳିଙ୍ଗ ଡେୟାର ଡେଭିଲସ ଦ୍ୱାରା ଚୟନ ହୋଇଥିବା ଓଡିଶାର ବିଭିନ୍ନ ଜିଲ୍ଲାର ୨୩ଜଣ ପ୍ରତିଭା ପହଂଚି ଜାତୀୟ ପତାକା ଉଡେଇଛନ୍ତି । ଏହି କାର୍ଯ୍ୟକ୍ରମକୁ ଅଭିନେତା ବାବୁସାନ ମହାନ୍ତି ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।