‘ମୋ ଭାଇ ଉପରେ ବ୍ଲାକ୍ ମ୍ୟାଜିକ୍ ହେଇଛି’ । ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ନାଁ ନେଇ ଏପରି କହିଲେ ବାବୁସାନଙ୍କ ଭଉଣୀ ।

796

କନକ ବ୍ୟୁରୋ: ବାବୁସାନଙ୍କ ଘଟଣାରେ ସିଧାସଳଖ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ଦାୟୀ କରିଛନ୍ତି ତାଙ୍କ ଭଉଣୀ । ‘ମୋ ଭାଇ ପୂର୍ବଠାରୁ ବହୁତ ବଦଳିଯାଇଛି । ଏଥିପାଇଁ ଅଭିନେତ୍ରୀ ଦାୟୀ’ ବୋଲି ଖୋଲାଖୋଲି କହିଛନ୍ତି ବାବୁସାନଙ୍କ ଭଉଣୀ । ‘ପ୍ରକୃତି ମିଶ୍ରଙ୍କ କ୍ୟାରେକ୍ଟର ବିଷୟରେ ମୁଁ ଭଲ ଭାବରେ ଜାଣିଛି । କେବଳ ଓଡିଶା ଇଣ୍ଡଷ୍ଟ୍ରିରେ ନୁହେଁ ମୁ୍ମ୍ବାଇରେ ମଧ୍ୟ ତାଙ୍କର ଇମ୍ପ୍ରେସନ୍ କ’ଣ ଅଛି ତାହା ମୋ ଠାରୁ ଅଧିକ କେହି ବୋଧେ ଜାଣିନାହାଁନ୍ତି’ ବୋଲି ସେ କହିଛନ୍ତି ।

‘ପ୍ରକୃତି ମିଶ୍ର ବିଷୟରେ ଜାଣିବା ପରେ ମୁଁ ମୋ ଭାଇକୁ ବୁଝାଇବାକୁ ଯାଇଥିଲି । ହେଲେ ପୂର୍ବର ଆଉ ସେ ବାବୁସାନକୁ ପାଇନଥିଲି । ସେ ପୁରାପୁରି ବୁଦଳିଯାଇଥିଲା । ଆଗରୁ ସେ ତା’ ମା’ ,ପରିବାର, ସ୍ତ୍ରୀ, ପୁଅକୁ ଏତେ ଭଲପାଉଥିଲା ହେଲେ ଏବେ ସେ ଘରକୁ ହିଁ ଆସୁନି, କାହାକୁ ଚାହୁଁନି । ସେ ଏତେ ବଦଳିଯାଇଛି ଯେ, ତାକୁ ଫେରାଇଆଣିବା ଏବେ କଷ୍ଟକର । ସେ ଏମିତି ଏକ ମଜବୁରୀରେ ଫାଇଯାଇଛି ଯେଉଁଥିରୁ ସେ ବାହାରି ଆସିପାରୁନାହିଁ । ଆଉ ଗୋଟେ କଥା ଅଜିକା ବିଜ୍ଞାନ ଯୁଗରେ ଏକଥା ବିଶ୍ୱାସ କରିନହେଲେ ବି ବୋଧେ ତା’ ଉପରେ ମ୍ୟାଜିକ୍ ହୋଇଛି’ ବୋଲି କହିଛନ୍ତି ବାବୁସାନଙ୍କ ଭଉଣୀ ।

ଏହାସହ ସିଧାସଳଖ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ନାଁ ନେଇ ସେ ତାଙ୍କ ଭାଇଙ୍କ ଘର ଭାଙ୍ଗିଦେଇଛନ୍ତି ବୋଲି କହିଛନ୍ତି । ପୂର୍ବରୁ ଫିଲ୍ମରେ ଗୋଟେ ଝିଅ ଘର ଭାଙ୍ଗିଦେଉଥିବା ଦେଖିଥିଲେ । ହେଲେ ଏବେ ଏହାକୁ ପ୍ରକୃତି ମିଶ୍ର କିପରି ସତ କରିଦେଖାଇଛନ୍ତି ବୋଲି କହିଛନ୍ତି ବାବୁସାନଙ୍କ ଭଉଣୀ ।