ବାବୁସାନ ଆସିଲେ ଫେସବୁକକୁ ! ଜାଣନ୍ତୁ କେଉଁଟା ତାଙ୍କର ରିୟଲ ଫେସବୁକ ଆଇଡି ।

432

କନକ ବ୍ୟୁରୋ: ସୋସିଆଲ ମିଡିଆରେ ହିରୋ ହିରୋଇନ ମାନଙ୍କର ଅନେକ ନକଲି ଫେସବୁକ ଆଇଡି ଖୋଲିଥିବାର ନଜିର ରହିଛି । ସେହିଭଳି ଓଲିଉଡର ସୁପରଷ୍ଟାର ବାବୁସାନଙ୍କର ମଧ୍ୟ ଅନେକ ଫେକ ଆଇଡି ସୋସିଆଲ ମିଡିଆରେ ଖୋଲିଥିବାରୁ ଏବେ ସେ ତାଙ୍କର ଏକ ବ୍ୟକ୍ତିଗତ ଆଇଡି କରି ଭିଡିଓ ଜାରି କରିଛନ୍ତି ।

ସୂଚନା ଅନୁଯାୟୀ, ସୋସିଆଲ ମିଡିଆରେ ବାବୁସାନଙ୍କ ପ୍ରାୟ ୨୦୦ଟି ନକଲି ଫେସବୁକ ଆଇଡି, ଫେସବୁକରେ ୫୦ଟି ପେଜ୍, ଏବଂ ଇଂଷ୍ଟାଗ୍ରାମରେ ପ୍ରାୟ ୨୦ଟି ନକଲି ଆଇଡି ଦେଖିବାକୁ ମିଳିଛି । ତେଣୁ ଏହି ସବୁ ଫେକ ଆଇଡିକୁ ବନ୍ଦ କରିବା ପାଇଁ ବାବୁସାନ ଚଳିତ ମାସ ୨୭ ତାରିଖରୁ ଏକ ନୂଆ ଫେସବୁକ ଆଇଡି ଖୋଲିଛନ୍ତି । ତେବେ ଆସନ୍ତା ମାସ ୨ତାରିଖ ଠାରୁ ସେ ତାଙ୍କ ଫ୍ୟାନମାନଙ୍କ ସହ ଲାଇଭ ଚାର୍ଟ କରିବା ସହ ଫେସବୁକ ଏବଂ ଇଂଷ୍ଟାଗ୍ରାମରେ ନିଜର ବ୍ୟକ୍ତିଗତ ଆଇଡି ଉପରେ ଏକ ଭିଡିଓ ଜାରି କରିବେ ବୋଲି ସୂଚନା ଦେଇଛନ୍ତି ଓଲିଉଡର ସୁପରଷ୍ଟାର ବାବୁସାନ୍ ।

ଫେସବୁକ ଏବଂ ଇଂଷ୍ଟାଗ୍ରାମରେ ହିରୋ ହିରୋଇନମାନଙ୍କ ନା’ରେ ଫେକ ଆଇଡି କରି ଅନେକ ଲୋକ ଏହାର ଫାଇଦା ଉଠାଇବା ସହ ନିଜ ଫେସବୁକ ପେଜର ଭିୟୋର୍ସ ବଢାଇଥାନ୍ତି । କିନ୍ତୁ ଏହାକୁ ନେଇ ସେଲିବ୍ରିଟିମାନେ ବିଭିନ୍ନ ପ୍ରକାର ଅସୁବିଧାରେ ପଡିଥାନ୍ତି । ତେଣୁ ଏହି ଅସୁବିଧାରୁ ଦୁରେଇ ରହିବା ପାଇଁ ବାବୁସାନ ତାଙ୍କର ଏକ ବ୍ୟକ୍ତିଗତ ଆଈଡି ତିଆରି କରିଛନ୍ତି ।

ଫେସ୍‌ବୁକ – https://www.facebook.com/mohantybabushaan/
ଇନଷ୍ଟାଗ୍ରାମ୍ – https://instagram.com/mohanty_babushaan