ଦେଶରେ ୩୫ ରୁ ୪୦ ଟଙ୍କାରେ ପେଟ୍ରୋଲ ଡିଜେଲ ଯୋଗାଇଦେବେ ବାବା ରାମଦେବ ?

38

ଦିନକୁ ଦିନ ପେଟ୍ରୋଲ ଡିଜେଲ ଦର ହୁ ହୁ ହୋଇ ବଢିଚାଳିଛି । ଲୋକମାନେ ନାନା ପ୍ରକାର ଅସୁବିଧାର ସମ୍ମୁଖିନ ହେଉଛନ୍ତି । ମୁମ୍ବାଇରେ ପେଟ୍ରୋଲ ଦର ୮୫ ଟଙ୍କା ଟପିଥିବା ବେଳେ ଭୁବନେଶ୍ୱରରେ ପେଟ୍ରୋଲ ଦର ୮୦ ଟଙ୍କାକୁ ଛୁଇଁଛି । ଦେଶରେ ତେଲଦର ବୃଦ୍ଧିକୁ ନେଇ ଜନସାଧାରଣ ଅତିଷ୍ଠ ହୋଇପଡିଥିବାବେଳେ ସରକାର ମଧ୍ୟ ଚିନ୍ତାରେ ଅଛନ୍ତି । ଏହି ସମୟରେ ବାବା ରାମଦେବ ଏପରି ଏକ କଥା କହିଛନ୍ତି, ଯାହା ଶୁଣି ଲୋକମାନେ ଆଶ୍ଚର୍ଯ୍ୟ ହେବା ସହିତ ରାମଦେବ ବାବା ପାଗଳ ହୋଇଯାଇଛନ୍ତି ବୋଲି ଲୋକେ ଭାବୁଛନ୍ତି ।

ସୂଚନା ଅନୁଯାୟୀ, ଏନଡିଟିଭିର ୟୁଥ କନକ୍ଲେଭରେ ଯୋଗଦେଇ ବାବା ରାମ ଦେବ ପେଟ୍ରୋଲ ଡିଜେଲ ଦରଦାମକୁ କମ କରିଦେବା ପାଇଁ ଲୋକମାନଙ୍କ ସମ୍ନରେ କହିଛନ୍ତି । ସେ କହିଛନ୍ତି ଯେ ସରକାର ଯଦି ତାଙ୍କୁ ଅନୁମତି ଦିଅନ୍ତି ଓ କିଛି ଟିକସ ରିହାତି ଦିଅନ୍ତି, ସେ ଲୋକମାନଙ୍କୁ ୩୫ରୁ ୪୦ ଟଙ୍କାରେ ପେଟ୍ରୋଲ, ଡିଜେଲ ଯୋଗାଇଦେବେ । ରାମଦେବଙ୍କ ଏହି କଥାକୁ ନେଇ ସବୁଆଡେ ଚର୍ଚ୍ଚା ଉଠିଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ ପେଟ୍ରୋଲ ଓ ଡିଜେଲ ଦରବୃଦ୍ଧି ଯୋଗୁଁ ସରକାର ଅସୁବିଧାରେ ପଡିପାରନ୍ତି । ତେଲକୁ ଜିଏସଟି ଅଧିନକୁ ଆଣିବାକୁ ସେ ସରକାରଙ୍କ ନିକଟରେ ଦାବି କରିଛନ୍ତି । ଏହା ହେଲେ ତେଲ ଦର କମିବ ବୋଲି ସେ କହିଛନ୍ତି । ଅନ୍ୟପକ୍ଷରେ ଆସନ୍ତା ନିର୍ବାଚନରେ ସେ ବିଜେପି ସରକାରଙ୍କୁ ସମର୍ଥନ କରିବେ କିନ୍ତୁ ପ୍ରଚାର କରିବେ ନାହିଁ ବୋଲି ସେ ସ୍ପଷ୍ଟ କରିଦେଇଛନ୍ତି ।