ବଲିଉଡ଼ରେ ଲାଗିଲା ବାହୁବଲୀ-୨ ଗ୍ରହଣ ! ୪ ମାସରେ ହେଲା ୩୦ ସିନେମା ଫ୍ଲପ୍

54

୨୦୧୭ରେ ସଲମାନ ଖାନଙ୍କ ସିନେମା ‘ଟ୍ୟୁବଲାଇଟ୍’ ରଣବୀର କପୁରଙ୍କ ‘ଜଗା ଜାସୁସ୍’ ଓ ଶାହାରୁଖ ଖାନଙ୍କ ‘ଜବ ହ୍ୟାରୀ ମେଟ ସେଜଲ’ରୁ ସିନେ ଜଗତ ଅନେକ କିଛି ଆଶା କରିଥିଲା । କିନ୍ତୁ ଏସବୁ ସିନେମା ଦର୍ଶକଙ୍କୁ ନିରାଶ କରିଛି । ତେବେ ଏଇଠି ପ୍ରଶ୍ନ ଉଠୁଛି, ଏପରି କାହିଁକି ହେଲା । ଏହା ‘ବାହୁବଲୀ-୨’ ସିନେମାର ପ୍ରଭାବ ନୁହେଁ ତ?

୨୮ ଏପ୍ରିଲରେ ‘ବାହୁବଲୀ- ୨’ ସିନେମା ରିଲିଜ ହେବା ପରେ ବଲିଉଡ଼ ତାରକାଙ୍କ ଆକର୍ଷଣ କମିଗଲା ପରି ଲାଗୁଛି । ୨୮ ଏଏପ୍ରିଲ ଠାରୁ ୪ ଅଗଷ୍ଟ ପର୍ଯ୍ୟନ୍ତ ପାଖାପାଖି ବଲିଉଡ଼ର ୩୦ ସିନେମା ରିଲିଜ ହୋଇଛି । ଏଥିରେ ୮ ଟି ବଡ଼ ସିନେମା ସାମିଲ ରହିଛି । ସଲମାନ୍ ଖାନଙ୍କ ସିନେମା ‘ଟ୍ୟୁବଲାଇଟ’, ରଣବୀର କପୁରଙ୍କ ‘ଜଗା ଜାସୁସ୍’ ଓ ଶାହାରୁଖ ଖାନଙ୍କ ‘ଜବ ହ୍ୟାରୀ ମେଟ୍ ସେଜଲ’ ସାମିଲ ଅଛି । ମେଗା ବଜେଟ ତଥା ବଲିଉଡ଼ ସୁପରଷ୍ଟାରଙ୍କ ସିନେମା ହୋଇଥିଲେ ମଧ୍ୟ ସିନେମା ଗୁଡ଼ିିକ ସେପରି ଆଖିିଦୃଶିଆ ପ୍ରଦର୍ଶନ କରିପାରି ନାହାନ୍ତି । ଲାଗୁଛି ବଲିଉଡ଼ ସିନେ ଜଗତକୁ ‘ବାହୁବଲୀ-୨’ର ଗ୍ରହଣ ଲାଗିଯାଇଛି ।

‘ସରକାର -୩’ –
ସରକାର ସିନେମା ସିରିଜର ଏହି ୩ୟ ସିନେମା ୯ ବର୍ଷ ପରେ ରିଲିଜ ହେଲା । କିନ୍ତୁ ଏଥର ରାମ ଗୋପାଲା ବର୍ମାଙ୍କ ଯାଦୁ ଚାଲି ପାରିଲା ନାହିଁ । ‘ବାହୁବଲୀ –୨’ ସିନେମା ରିଲିଜର ୨ ସପ୍ତାହ ପରେ ‘ସରକାର -୩’ ରିଲିଜ ହୋଇଥିଲା । କିନ୍ତୁ ‘ବାହୁବଲୀ-୨’ ସିନେମା ପାଇଁ ଦର୍ଶକ ଏତେ ପାଗଳ ଥିଲେ ଯେ ରାମୁଙ୍କ ସିନେମା ଫିକା ପଡ଼ିଯାଇଥିଲା । ଏପରିସ୍ଥଳେ ‘ସରକାର-୩’ କେବଳ ୯.୬୦ କୋଟି ହଁ ଆୟ କରିପାରିଥିଲା ।

ମେରି ପ୍ୟାରୀ ବିନ୍ଦୁ –
ଆୟୁଷ୍ମାନ ଖୁରାନା ଓ ପରିଣୀତି ଚୋପ୍ରାଙ୍କ ଅଭିନୀତ ସିନେମା ‘ବାହୁବଲୀ-୨’ ଆଗରେ ମୁହଁ ମାଡ଼ି ପଡ଼ିଥିଲା । ସିନେ ସମୀକ୍ଷକ କାହାଣୀକୁ ଦୁର୍ବଳ ମଧ୍ୟ କହିଥିଲେ । ଏହି ସିନେମା ସୁପର ଫ୍ଲପ ସାବ୍ୟସ୍ତ ହେଲା । ମାତ୍ର ୯.୫୦ କୋଟି କାରବାର କରିପାରିଲା ଏହି ସିନେମା ।

ରାବତା –
ଜୁନର ଦ୍ୱିତୀୟ ସପ୍ତାହରେ ରିଲିଜ ହେଲା ସୁିଶାନ୍ତ ରାଜପୁତ ଓ କୃତ୍ତି ସାନନଙ୍କ ସିନେମା ରାବତା । ଏହି ସିନେମା ଭଲ ପ୍ରଦର୍ଶକ କରିବ ବୋଲି ଆଶା କରାଯାଉଥିଲା । କିନ୍ତୁ ଦର୍ଶକଙ୍କୁ ଭଲ ଲାଗିନଥିଲା ସିନେମା । ଜୁନ ପର୍ଯ୍ୟନ୍ତ ‘ବାହୁବଲୀ –୨’ ସିନେମା ଘରେ ରାଜ କରୁଥିଲା । ଏହି ସିନେମା ମାତ୍ର ୨୪.୫ କୋଟି ହିଁ ଆୟ କରିପାରିଥିଲା ।

ଟ୍ୟୁବଲାଇଟ –
ସଲମାନ ଖାନଙ୍କ ସିନେମା ଟ୍ୟୁବଲାଇଟର ମଧ୍ୟ ଯାଦୁ ଚାଲିଲା ନାହିଁ ବଲିଉଡ଼ରେ । ସିନେମାକୁ ଦର୍ଶକ ପସନ୍ଦ କରିନଥିିଲେ । ୧୯୬୨ରେ ଭାରତ- ଚୀନ ଯୁଦ୍ଧ ଉପରେ ଆଧାରିତ ଏହି ସିନେମା ସେପରି କିଛି ଖାସ କମାଲ ଦେଖାଇପାରିଲା ନାହିଁ ।

ଜଗା ଜାସୁସ –
ଅନୁରାଗ ବାସୁଙ୍କ ସିନେମା ‘ଜଗା ଜାସୁସ’ ଦର୍ଶକଙ୍କୁ ଆକର୍ଷିତ କରିପାରିଲା ନାହଁ । ଏହି ସିନେମା ମାତ୍ର ୫୩.୩୮ କୋଟି ଟଙ୍କା ଆୟ କରିପାରିଲା ।

ଜବ ହ୍ୟାରୀ ମେଟ୍ ସେଜଲ –
ପାଞ୍ଚ ବର୍ଷରେ ପ୍ରଥମ ଥର ପାଇଁ ଶାହାରୁଖ ଖାନଙ୍କ ସିନେମା ପ୍ରଥମ ଦିନରେ କମ ଆୟ କରିଛି । ଏହି ସିନେମା ପ୍ରଥମ ଦିନ ମାତ୍ର ୧୫ କୋଟି ଆୟ କରିପାରିଛି । ସିନେମା ୱିକେଣ୍ଡ ପର୍ଯ୍ୟନ୍ତ ମାତ୍ର ୪୫ କୋଟ ଟଙ୍କା ଆୟ କାରିପାରଛିି । ଏହାର ବଜେଟ ଥିଲା ୮୦ କୋଟି । ଇମତିଆଜ ଅଲୀ ତାଙ୍କ ସିନେମା ଦ୍ୱାରା ଦର୍ଶକଙ୍କୁ ପ୍ରଭାବିତ କରିପାରି ନାହାନ୍ତି ।