ବନ୍ଦ ପାଳନ ବେଳେ ଦେଖିବାକୁ ମିଳିଲା ଜେଏନୟୁ ଷ୍ଟାଇଲ । ଛିନ୍ କେ ଲେଙ୍ଗେ ଆଜାଦି ନାରାରେ କମ୍ପିଲା ରାଜଧାନୀ, ମୋଦି ସରକାରଙ୍କୁ ଟାର୍ଗେଟ କଲା ଏଆଇଏସଏଫ୍ ।

386

କନକ ବ୍ୟୁରୋ : ଭୁବନେଶ୍ୱରରେ ଜେଏନୟୁ ଷ୍ଟାଇଲରେ ଆଜାଦିର ନାରା ଶୁଭିଛି । ମୋଦି ସରକାରଙ୍କ ଠାରୁ ଆଜାଦି ଏବଂ ଛାତ୍ରଛାତ୍ରୀଙ୍କ ଉପରେ ହେଉଥିବା ଅତ୍ୟାଚାରରୁ ସ୍ୱାଧୀନତା ଦାବି କରିଛନ୍ତି ଛାତ୍ରଛାତ୍ରୀ । ଲାଠି, ଗୁଳିର ସରକାର ଚଳିବ ନାହିଁ ବୋଲି ନାରା ଦେଇଛି ଏଆଇଏସଏଫ । ଜେଏନୟୁ ହିଂସା ପ୍ରସଙ୍ଗ ଉଠାଇ ଛାତ୍ରଛାତ୍ରୀଙ୍କ ଉପରେ ହୋଇଥିବା ଆକ୍ରମଣକୁ ସଂଗଠନର ଛାତ୍ରଛାତ୍ରୀମାନେ ନିନ୍ଦା କରିଛନ୍ତି । ଏପଟେ ବିଜେପି ନେତା ଏକ ଭିଡିଓ ସଙ୍ଗ ଜରିଆରେ ନାଗକରିତା ଆଇନ୍ ନେଇ ଜାଗରଣ ସୃଷ୍ଟି କରିବାକୁ ଉଦ୍ୟମ କରିଛନ୍ତି ।

ଠିକ୍ ଦିଲ୍ଲୀର ଜେଏନୟୁ ଛାତ୍ରଛାତ୍ରୀଙ୍କ ଶୈଳୀରେ ଭୁବନେଶ୍ୱରେ ଶୁଭିଛି ଆଜାଦି ନାରା । ମୋଦି ସରକାରଠୁ ଆଜାଦି ବା ସ୍ୱାଧିନତା, ଛାତ୍ରଛାତ୍ରୀଙ୍କ ପ୍ରତି ହେଉଥିବା ଅତ୍ୟାଚାରରୁ ସ୍ୱାଧିନତାର ଦାବି କରିଛନ୍ତି ଛାତ୍ରଛାତ୍ରୀ । ସେହିପରି ବାମପନ୍ଥୀ ବିଚାରଧାରାରେ ବିଶ୍ୱାସ ରଖୁଥିବା ଅଲ୍ ଇଣ୍ଡିଆ ଷ୍ଟୁଡେଣ୍ଟ ଫେଡେରେସନର ଛାତ୍ରଛାତ୍ରୀମାନେ ମୋଦି ସରକାରଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି । ଲାଠି, ଗୁଳିର ସରକାର ଚଳିବ ନାହିଁ ବୋଲି ନାରା ଦେଇଛି ଏଆଇଏସଏଫ୍ ।

୧୦ଟି ପ୍ରମୁଖ ଶ୍ରମିକ ସଂଗଠନ ପକ୍ଷରୁ ଦିଆଯାଇଥିବା ଭାରତ ବନ୍ଦ ଡାକରାକୁ କିଛି ଛାତ୍ର ସଂଗଠନ ସମର୍ଥନ କରିଥିବା ବେଳେ ସେମାନେ ଉଠାଇଛନ୍ତି ଜେଏନୟୁ ହିଂସା ପ୍ରସଙ୍ଗ । ଆଉ ଛାତ୍ରଛାତ୍ରୀଙ୍କ ଉପରେ ହୋଇଥିବା ଆକ୍ରମଣକୁ ଏମାନେ ନିନ୍ଦା କରିଛନ୍ତି ।

ଅନ୍ୟପଟେ ନାଗରିକତା ସଂଶୋଧନ ଆଇନକୁ ନେଇ ଜନଜାଗରଣ ସୃଷ୍ଟି ପାଇଁ ବିଜେପି ନେତା ବାହାରି ଆସିଛନ୍ତି । ଅଭିନେତ୍ରୀରୁ ନେତ୍ରୀ ବନିଥିବା ଅନୁ ଚୌଧୁରୀ ଏବଂ ପିଙ୍କି ପ୍ରଧାନ ଏଥିପାଇଁ ବାଛି ନେଇଛନ୍ତି ଏକ ଭିନ୍ନ ବାଟ । ଏକ ଭିଡିଓ ସଙ୍ଗ ଜରିଆରେ ନାଗକରିତା ଆଇନ୍ ନେଇ ଜାଗରଣ ସୃଷ୍ଟି କରିବାକୁ ଅଣ୍ଟା ଭିଡିଛନ୍ତି ।

Comments are closed.