ଧାରଣାରେ ଆୟୁଷ ଡାକ୍ତର ! ସପ୍ତମ ବେତନ କମିସନ ଲାଗୁ ସହ ସ୍ଥାୟୀ ନିୟୁକ୍ତି ଦାବିରେ ଆନ୍ଦୋଳନ

28

କନକ ବ୍ୟୁରୋ : ଜାତୀୟ ସ୍ୱାସ୍ଥ୍ୟ ମିଶନ କାର୍ଯ୍ୟାଳୟ ସମ୍ମୁଖରେ ଆୟୁଷ ଡାକ୍ତର ସଂଘର ବିକ୍ଷୋଭ । ସ୍ଥାୟୀ ନିଯୁକ୍ତି ଦରମା ବୃଦ୍ଧି ଦାବିରେ ୩ ଦିନ ଧରି ଆନ୍ଦୋଳନ କରୁଛନ୍ତି ରାଜ୍ୟର ୧୪୮୫ଜଣ ଆୟୁଷ ଡାକ୍ତର । ଦୀର୍ଘ ୧୦ ବର୍ଷ ଧରି ଗ୍ରାମାଂଚଳର ସ୍ଥାସ୍ୟସେବା ଯୋଗାଇ ଦେଇଆସୁଛନ୍ତି ଏହି ଡାକ୍ତର । ହେଲେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଏମାନଙ୍କୁ ଅଣଦେଖା କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି । ପୂର୍ବରୁ ସ୍ୱାସ୍ଥ୍ୟ ବିଭାଗ ସହ ଅନେକ ଥର ଆଲୋଚନା ହୋଇଥିଲେ ମଧ୍ୟ କୌଣସି  ସୁଫଳ ହୋଇନି ବୋଲି କହିଛି ସଂଘ ।

ସେହିପରି ସପ୍ତମ ବେତନ କମିଶନ ଲାଗୁ କରିବା ସହ ସମାନ କାମକୁ ସମାନ ଦରମା ଦିଆଯାଉ ବୋଲି ଦାବି କରିଛନ୍ତି ।  ୨୦୧୫ରେ ରାଜ୍ୟ ସରକାରଙ୍କ ଉଚ୍ଚସ୍ତରୀୟ କମିଟିରେ ଡାକ୍ତରମାନେ ୨୫ ହଜାର ଟଙ୍କା ପାଇବେ ବୋଲି ସୁପାରିଶ ହୋଇଥିଲା । କିନ୍ତୁ ସରକାର କୌଣସି ପଦକ୍ଷେପ ନେଉନାହାନ୍ତି ବୋଲି ସଂଘ କହିଛି । ସେହିପରି ସରକାର ଯଦି ସେମାନଙ୍କ ଦାବି ପୂରଣ ନକରନ୍ତି ତାହା ହେଲେ ଆଗାମୀ ଦିନରେ ଆନ୍ଦୋଳନ ଭୟଙ୍କର ହେବ ବୋଲି ସଂଘ ଚେତାବନୀ ଦେଇଛି ।