ଅଯୋଧ୍ୟା ମାମଲା: ଯଦି ମଧ୍ୟସ୍ଥତାରେ ସମସ୍ୟାର ହୋଇପାରିବ ସମାଧାନ ତେବେ ତାକୁ ଖୋଜି ବାହାର କରିବା ଆବଶ୍ୟକ ବୋଲି କହିଲେ ସୁପ୍ରିମକୋର୍ଟ
କନକ ବ୍ୟୁରୋ: ଅଯୋଧ୍ୟାର ରାମ ଜନ୍ମଭୂମି- ବାବ୍ରୀ ମସଜିଦ୍ ବିବାଦର ସମଧାନ ଯଦି ମଧ୍ୟସ୍ଥତା ଜରିଆରେ ହୋଇ ପାରିବାର ୧ ପ୍ରତିଶତ ବି ସମ୍ଭାବନା ରହିଥାଏ ତେବେ ତାକୁ ଖୋଜି ବାହାର କରିବା ଆବଶ୍ୟକ ବୋଲି ଆଜି ମତ ଦେଇଛନ୍ତି ଦେଶର ସର୍ବୋଚ୍ଚ ନ୍ୟାୟାଳୟ ସୁପ୍ରିମ୍ କୋର୍ଟ।
Kanak News is now on WhatsApp
Join and get latest news updates delivered to you via WhatsApp
ସୁପ୍ରିମ୍ କୋର୍ଟ ଆଜି ଅଯୋଧ୍ୟାର ରାମ ଜନ୍ମଭୂମି- ବାବ୍ରୀ ମସଜିଦ୍ ଜମି ବିବାଦ ସହ ସଂପୃକ୍ତ ସମସ୍ତ ପକ୍ଷଙ୍କୁ କହିଛନ୍ତି ଯେ ଏହି ବିବାଦର ସମଧାନ ଯଦି ମଧ୍ୟସ୍ଥତା ଜରିଆରେ ହୋଇ ପାରିବାର ୧ ପ୍ରତିଶତ ବି ସମ୍ଭାବନା ରହିଥାଏ ତେବେ ତାକୁ ଖୋଜି ବାହାର କରିବା ଆବଶ୍ୟକ। ଏବଂ ଏ ବାବଦରେ ସମସ୍ତ ପକ୍ଷ ଚିନ୍ତା କରିବାର ଆବଶ୍ୟକତା ରହିଛି। କାରଣ ଏହା କୌଣସି ବ୍ୟକ୍ତଗତ ଜମିବାବଦ ନୁହେଁ। ଏ ଜମି ବିବାଦ ଏତେ ପରିମାଣରେ ବିବାଦାସ୍ପଦ ଯେ ଏହାର ସମାଧାନ ମଧ୍ୟସ୍ଥତା ମାଧ୍ୟମରେ ହେବାର ଆବଶ୍ୟକତା ରହିଛି।
ଏ ପରିସ୍ଥିତରେ ବିବାଦର ସମଧାନ ଯଦି ମଧ୍ୟସ୍ଥତା ଜରିଆରେ ହୋଇ ପାରିବାର ୧ ପ୍ରତିଶତ ବି ସମ୍ଭାବନା ରହିଥାଏ ତେବେ ତାକୁ ଖୋଜି ବାହାର କରିବା ଆବଶ୍ୟକ ବୋଲି ଆଜି କହିଛନ୍ତି ସୁପ୍ରିମ୍ କୋର୍ଟ। ଅଯୋଧ୍ୟାର ବିବାଦୀୟ ସ୍ଥଳୀ ବାହାରେ ରହିଥିବା ୬୭ ଏକର ଜମିର ମାଲିକାନାକୁ ସରକାରଙ୍କୁ ପ୍ରଦାନ କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଗତ ଏକ ମାମଲାର ଶୁଣାଣି କରିବା ଅବସରରେ ଏହି ମତ ଦେଇଛନ୍ତି ସୁପ୍ରିମ୍ କୋର୍ଟ।